FeaturedLatestSports

ଏସିଆ କପ କ୍ରିକେଟ୍ ପାଇଁ ଭାରତୀୟ ଦଳ ଘୋଷିତ, ସୂର୍ଯ୍ୟକୁମାର ଅଧିନାୟକ

ମୁମ୍ବାଇ (ସଂକେତ ଟିଭି): ଆସନ୍ତା ସେପ୍ଟେମ୍ବର ୯ରେ ଆରମ୍ଭ ହେବାକୁ ଥିବା ଏସିଆ କପ କ୍ରିକେଟ୍ ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଚୟନ ଶନିବାରରେ ଅନୁଷ୍ଠିତ ହୋଇଯାଇଛି । ଚୟନକର୍ତ୍ତାମାନଙ୍କ ବୈଠକ ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଏବଂ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି ।

ଦଳରେ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କୁ ଓପନିଂ ଜୋଡ଼ି ଭାବେ ରଖାଯାଇଛି । ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ତିଳକ ବର୍ମା ଏବଂ ରିଙ୍କୁ ସିଂଙ୍କୁ ସ୍ଥାନ ଦିଆଯାଇଛି ।

ବୋଲିଂ ବିଭାଗରେ ଜସପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, ହର୍ଷିତ ରାଣା ଏବଂ କୁଳଦୀପ ଯାଦବଙ୍କୁ ଦଳରେ ରଖାଯାଇଛି । ଏହି ୧୫ ସଦସ୍ୟ ବିଶିଷ୍ଟ ଦଳ ଏସିଆ କପ୍ରେ ଭାରତକୁ ପ୍ରତିନିଧିତ୍ୱ କରିବେ ।

ଭାରତୀୟ ଦଳ:
ସୂର୍ଯ୍ୟକୁମାର ଯାଦବ (କ୍ୟାପଟେନ), ଶୁଭମନ ଗିଲ (ଉପ-କ୍ୟାପଟେନ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଜସପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା ଓ ରିଙ୍କୁ ସିଂ ।