ବୃଦ୍ଧି ହେବ ପଞ୍ଜୀକରଣ ଅବଧି : ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ୍ ଟିଭି):ଚାଷୀମାନଙ୍କ ପାଇଁ ଏକ ଆନନ୍ଦଦାୟକ ଖବର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଚାଷୀ ପଞ୍ଜୀକରଣର ଅବଧି ବୃଦ୍ଧି କରାଯିବ। ଯେଉଁ ଚାଷୀମାନେ ବିଭିନ୍ନ କାରଣରୁ ପଞ୍ଜୀକରଣ କରିପାରିନାହାନ୍ତି, ସେମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି ହେବ।
ମନ୍ତ୍ରୀ ପାତ୍ର କହିଛନ୍ତି ଯେ ଏହି ସମ୍ପର୍କିତ ବିଚାର ଚାଲିଛି ଏବଂ ଶୀଘ୍ର ଏକ ଚୂକ୍ତିମୂଳକ ନିଷ୍ପତ୍ତି ନିଆଯିବ। ତେବେ ଏଥିପାଇଁ ପଞ୍ଜୀକରଣ ଅବଧି ବଢ଼ାଯିବା ନିଶ୍ଚିତ।
ଏହାରି ମଧ୍ୟରେ, ଏବର୍ଷ ରେକର୍ଡ଼ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି ବୋଲି ମନ୍ତ୍ରୀ ପାତ୍ର ଜାଣାଇଛନ୍ତି। ଏହି ପ୍ରକ୍ରିୟା ଯୋଗୁଁ ଯେଉଁମାନେ ଚାଷ କାମରୁ ଦୂରେଇ ଯାଇଥିଲେ, ସେମାନେ ପୁନର୍ବାର ଚାଷ କାର୍ଯ୍ୟରେ ଯୋଗଦାନ କରୁଛନ୍ତି। ଏଯାଏଁ ମୋଟ ୧୯ ଲକ୍ଷ ୬୬ ହଜାର ଚାଷୀ ପଞ୍ଜୀକୃତ ହୋଇସାରିଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରିବାକୁ ଯାଇ ଯେଉଁମାନେ ସରକାରୀ ଜମି, ଶ୍ମଶାନ ଜମି, ମନ୍ଦିର ଜମି ଆଦିକୁ ପଞ୍ଜୀକୃତ କରିଛନ୍ତି, ସର୍ଭେ କରି ସେସବୁ ନାମ ତାଲିକାରୁ କାଟି ଦିଆଯିବ। ଏହାଦ୍ୱାରା କେବଳ ପ୍ରକୃତ ଚାଷୀମାନଙ୍କୁ ହିଁ ଲାଭାନ୍ୱିତ କରାଯାଇପାରିବ।
