FeaturedLatestNews

ସିଙ୍ଗାପୁରର ଡିଜାଇନରେ ୮୦୦ ଏକରରେ ଗଠିତ ହେବ ନୂଆ ଭୁବନେଶ୍ୱର

ଭୁବନେଶ୍ୱର (ସଂକେତ୍ ଟିଭି) ନୂଆ ଭୁବନେଶ୍ୱର ୮୦୦ ଏକର ଜାଗାରେ ଗଠିତ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଜଣାଇଛନ୍ତି। ମଳିପଡା, ଦାସପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ଏହି ନୂତନ ସହର ଗଠିତ ହେବ।

ନୂଆ ସହରର ଡ୍ରଇଂ ଏବଂ ଡିଜାଇନ୍ ପ୍ରସ୍ତୁତ କରିବାର ଦାୟିତ୍ୱ ସିଙ୍ଗାପୁର ସରକାର ନେଇଛନ୍ତି। ଦୋଲେରା ଗିଫ୍ଟ ସିଟି ଭଳି ଢାଞ୍ଚାରେ ଏହାର ନିର୍ମାଣ କରାଯିବା ସମ୍ଭାବନା ନେଇ ଚିନ୍ତା ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ନୂଆ ଭୁବନେଶ୍ୱରକୁ ନେଇ ଉତ୍କଣ୍ଠା ବଢିଛି।

ଏହି ନୂତନ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଆବାସୀୟ କ୍ଷେତ୍ର, ବ୍ୟବସାୟିକ ପ୍ରତିଷ୍ଠାନ, ପେଡେଷ୍ଟ୍ରିୟାନ୍ ଫ୍ରେଣ୍ଡଲି ପଥ, ଖୋଲା ସ୍ଥଳ ଏବଂ ଅର୍ଥନୈତିକ କାର୍ଯ୍ୟକଳାପର ବ୍ୟବସ୍ଥା ରହିବ। ଶିଳ୍ପ ସଂସ୍ଥାକୁ ମଧ୍ୟ ଏଠାରେ ଗୁରୁତ୍ୱ ଦିଆଯିବ।

ସିଙ୍ଗାପୁର ସରକାର ଏହାର ଡିପିଆର (ବିସ୍ତୃତ ପ୍ରକଳ୍ପ ପ୍ରତିବେଦନ) ପ୍ରସ୍ତୁତ କରୁଛନ୍ତି ଏବଂ ଏଥିପାଇଁ ଆବଶ୍ୟକୀୟ ଅର୍ଥ ମଧ୍ୟ ତାଙ୍କୁ ଦିଆଯାଇଛି। ଆସନ୍ତା ୧ରୁ ୨ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ଏହି ଡିପିଆର ଦେବେ ସିଙ୍ଗାପୁର। ସହରର ବୃଦ୍ଧି ସହିତ ଏହାର ପୁନର୍ବିକାଶ କରିବାକୁ ମଧ୍ୟ ଯୋଜନା କରାଯାଉଛି।