FeaturedLatestNews

୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (ସଂକେତ୍ ଟିଭି)ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଯାତ୍ରା କରିବେ। ତାଙ୍କୁ ଚାରି (୪) ଦିନିଆ ଦିଲ୍ଲୀ ଗସ୍ତରେ ଯାଉଥିବା ଜଣାଯାଇଛି।

ଏହାକୁ ଲକ୍ଷ୍ୟ ରଖି, ଆଜି ଦିନ ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି। ଏହି ବୈଠକରେ ରାଜ୍ୟର ଗୃହ ସଚିବ, ପୁଲିସ ଡିଜିପି, ମୁଖ୍ୟ ଶାସନ ସଚିବ, କ୍ରାଇମବ୍ରାଞ୍ଚ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବାର କଥା ଅଛି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଯାତ୍ରା ପୂର୍ବରୁ ଏହି ବୈଠକରେ ଗୁରୁତ୍ଵପୂର୍ଣ୍ଣ ପ୍ରଶାସନିକ ବିଷୟବସ୍ତୁ ଉପରେ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି।