FeaturedLatestNews

ନୂଆପଡ଼ା ଉପ-ନିର୍ବାଚନ: ୩୫୮ ବୁଥରେ ଭୋଟ ଦେବେ ୨୪୮୨୫୬ ମତଦାତା

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୯ ଅକ୍ଟୋବର ତାରିଖରେ ନୂଆପଡ଼ା ଉପ-ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ। ଏହି ନିର୍ବାଚନ ମଣ୍ଡଳୀରେ ମୋଟ ମତଦାନ କେନ୍ଦ୍ର (ବୁଥ୍) ସଂଖ୍ୟା ୩୦୨ ରୁ ବୃଦ୍ଧି ପାଇ ୩୫୮ ଟି କରାଯାଇଛି।

ପୁନଃବ୍ୟବସ୍ଥାପନ ପରେ ସମସ୍ଥ ବୁଥ୍ ମଧ୍ୟରୁ ୩୬ଟି ସହରାଞ୍ଚଳରେ ଏବଂ ୩୨୨ଟି ଗ୍ରାମାଞ୍ଚଳରେ ରହିବ। ଏହି ମଣ୍ଡଳୀରେ ମୋଟ ୨,୪୮,୨୫୬ ଜଣ ମତଦାତା ଅଛନ୍ତି। ମତଦାତାଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୧,୨୨,୧୦୩, ମହିଳା ୧,୨୬,୧୩୨ ଏବଂ ତୃତୀୟ ଲିଙ୍ଗର ୨୧ ଜଣ ଅନ୍ତର୍ଭୁକ୍ତ। ଏଥିମଧ୍ୟରେ ୨୦୦୭ ଜଣ ବରିଷ୍ଠ ନାଗରିକ, ୬୦୦୩ ଜଣ ଯୁବ ମତଦାତା ଏବଂ ୪୦୦୦ ଜଣ ଭିନ୍ନକ୍ଷମ ମତଦାତା (PwD) ରହିଛନ୍ତି।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ୦୧ ଜୁଲାଇ ୨୦୨୫କୁ ଯୋଗ୍ୟତା ତାରିଖ ଭାବରେ ରଖି ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) କରାଯାଇଛି। ଏହି ପ୍ରକ୍ରିୟାରେ ୫୬ଟି ନୂତନ ବୁଥ୍ ସୃଷ୍ଟି କରାଯାଇଥିବା ବେଳେ ୫୨ଟି ବୁଥ୍ର ନାମ ପରିବର୍ତ୍ତନ କରାଯାଇଛି।

ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ ଏକ ବୈଠକ ଗତ ୧୫ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇସାରିଛି। ରାଜନୈତିକ ଦଳଙ୍କୁ ଚିଠା ଭୋଟର ତାଲିକାର ସଫ୍ଟ କପି ମଧ୍ୟ ପ୍ରଦାନ କରାଯାଇଛି।

କାର୍ଯ୍ୟସୂଚୀ:

ମତଦାନ କେନ୍ଦ୍ର ପୁନଃବ୍ୟବସ୍ଥାପନ: ୧୪ ସେପ୍ଟେମ୍ବର (ରବିବାର)

ଚିଠା ଭୋଟର ତାଲିକା ପ୍ରକାଶନ: ୧୫ ସେପ୍ଟେମ୍ବର (ସୋମବାର)

ଦାବି ଓ ଆପତ୍ତି ଦାଖଲ: ୧୫ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର (ସୋମବାର)

ଦାବି ଓ ଆପତ୍ତି ସମାଧାନ: ୦୭ ଅକ୍ଟୋବର (ମଙ୍ଗଳବାର) ସୁଦ୍ଧା

ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ: ୦୯ ଅକ୍ଟୋବର (ଗୁରୁବାର)