ନକଲି ପୁଲିସକୁ ଗିରଫ କଲା ଅସଲି ପୁଲିସ, ବହୁରାଜ୍ୟର ପୁଲିସ ପୋଷାକ ଓ ବନ୍ଧୁକ ଜବତ୍
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଜିଲ୍ଲାରେ ସକ୍ରିୟ ଜଣେ ନକଲି ପୁଲିସକୁ ଗିରଫ୍ କରିଛି। ଅଭିଯୁକ୍ତ ରାହୁଲ ଏସ ରଣାୱତ ନେମ୍ ପ୍ଲେଟ୍ ବ୍ୟବହାର କରି ଏକ କାର ଚଳାଉଥିଲା, ଯାହାକୁ ସେ ପୁଲିସ ଲୋଗୋ ଓ ସାଇରନ୍ ଲାଇଟ୍ ଲଗାଇ ନକଲି ପୁଲିସ ଭାବେ ବ୍ୟବହାର କରୁଥିଲେ।
ଏହି ଘଟଣାର ସୂତ୍ରପାତ ହୋଇଥିଲା ଜିଲ୍ଲାର ଏକ ହୋଟେଲ ନିକଟରେ ଝାଡ଼ଖଣ୍ଡ ରେଜିଷ୍ଟ୍ରେସନ୍ ଥିବା ଏକ କାର ଦୀର୍ଘଦିନ ଧରି ପଡିରହିବା ଯୋଗୁଁ। ସନ୍ଦେହ ଜନ୍ମହେବା ପରେ ପୁଲିସ ଖୋଳତାଡ଼ କରିବା ପରେ ରାହୁଲଙ୍କ କାର୍ଯ୍ୟକଳାପ ବିଷୟରେ ଖବର ମିଳିଥିଲା ଏବଂ ତାଙ୍କୁ ଗିରଫ୍ କରାଯାଇଥିଲା।
ଗିରଫକୁ ପରେ କରାଯାଇଥିବା ତଦନ୍ତରେ ଅଭିଯୁକ୍ତଙ୍କ ଠାରୁ ଆସାମ ପୁଲିସ, ଝାଡ଼ଖଣ୍ଡ ପୁଲିସ ସହିତ ବିଭିନ୍ନ ରାଜ୍ୟର ପୁଲିସ ପୋଷାକ, ବନ୍ଧୁକ, ପୁଲିସ ବ୍ୟାଚ୍ ଆଦି ଜବତ୍ କରାଯାଇଛି। ଭଦ୍ରକ ପୁଲିସର ପ୍ରାଥମିକ ତଦନ୍ତରୁ ପୁଲିସ ସହିତ ଜଡିତ ମୋଟ ୩୮ଟି ସାମଗ୍ରୀ ଜବତ୍ ହୋଇଛି। ଏହି ସାମଗ୍ରୀଗୁଡିକ ଅନ୍ୟାନ୍ୟ ପୁଲିସ ବିଭାଗ ସହିତ ଯୋଗାଯୋଗ କରି ପରଖାଯିବା ପରେ ଅଭିଯୁକ୍ତଙ୍କର ଠକେଇ କାର୍ଯ୍ୟକଳାପ ସ୍ପଷ୍ଟ ହୋଇପାରିଛି।