ଅହମଦାବାଦ ଟେଷ୍ଟ: ୱେଷ୍ଟଇଣ୍ଡିଜକୁ ମାତ୍ର ଦୁଇଦିନରେ ହରାଇଲା ଭାରତ
ଅହମଦାବାଦ (ସଂକେତ ଟିଭି): ଅହମଦାବାଦରେ ଖେଳାଯାଉଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୧୪୦ ରନ୍ରେ ବିଜୟୀ ହୋଇଛି। ଟିମ୍ ଇଣ୍ଡିଆର ମାଷ୍ଟରପ୍ଲାନ୍ ସଫଳ ହୋଇ ମାତ୍ର ଦୁଇ ଦିନରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଶେଷ ହୋଇଛି।
ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଦଳକୁ ମାତ୍ର ୧୬୨ ରନ୍ରେ ସୀମିତ କରିବାରେ ଭାରତୀୟ ବୋଲର୍ମାନେ ସଫଳ ହୋଇଥିଲେ। ଜବାବରେ ଟିମ୍ ଇଣ୍ଡିଆ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲା। କେଏଲ ରାହୁଲ, ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜା ଶତକ ହାସଲ କରି ଦଳକୁ ମଜବୁତ ଅବସ୍ଥାନରେ ପହଞ୍ଚାଇଥିଲେ। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୫ ୱିକେଟ ହରାଇ ୪୪୮ ରନ୍ କରିସାରିଥିଲା।
ତୃତୀୟ ଦିନର ଆରମ୍ଭରେ ହଠାତ୍ ଇନିଂସ୍ ଘୋଷଣା କରି ଭାରତ ୨୮୬ ରନ୍ର ଲିଡ୍ ନେଇଥିଲା। ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ଆରମ୍ଭ କରିବା ପରଠାରୁ ୱେଷ୍ଟଇଣ୍ଡିଜ୍ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଷରେ ସେମାନେ ମାତ୍ର ୧୪୬ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ ଏବଂ ଟିମ୍ ଇଣ୍ଡିଆ ୧୪୦ ରନ୍ରେ ଏହି ବୃହତ ବିଜୟ ହାସଲ କରିଥିଲା।
