FeaturedLatestNews

ଡିସେମ୍ବର ମାସ ସୁଦ୍ଧା ବଳକା ଚାଉଳ ଉଠାଇବ ଏଫ୍‌ସିଆଇ, ଉଷୁନା ଚାଉଳକୁ କେନ୍ଦ୍ରର ଅମଙ୍ଗ

ଭୁବନେଶ୍ୱର (ସଂକେତ ଟିଭି): ଡିସେମ୍ବର ମାସ ସୁଦ୍ଧା ବଳକା ଚାଉଳ ଉଠାଇବ କେନ୍ଦ୍ରୀୟ ସଂସ୍ଥା ଏଫ୍‌ସିଆଇ । କିନ୍ତୁ ଉଷୁନା ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ଅମଙ୍ଗ ପ୍ରକାଶ କରିଛନ୍ତି । ଏହି ପରିସ୍ଥିତିରେ ରାଜ୍ୟରେ ଥିବା ରାଇସ ମିଲ ଗୁଡ଼ିକୁ ଅଧିକ ଅରୁଆ ଚାଉଳ ଉତ୍ପାଦନ କରିବାକୁ କୃଷି ବିଭାଗ ନିର୍ଦ୍ଦେଶ ଦେବ ।

କୃଷି ମନ୍ତ୍ରୀ କେ.ଭି ସିଂ ଦେଓ ଏହି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ, ନିକଟରେ କେନ୍ଦ୍ରୀୟ କୃଷି ମନ୍ତ୍ରୀଙ୍କୁ ଭେଟି ବଳକା ଚାଉଳ ଉଠାଇବାକୁ ନିବେଦନ କରାଯାଇଥିଲା । ସେ ଆହୁରି କହିଛନ୍ତି ଯେ ଆଗାମୀ ସମୟରେ ଅଧିକ ଅରୁଆ ଚାଉଳ ଯୋଗାଇବାକୁ ମିଲ ମାନଙ୍କୁ କୁହାଯିବ ।

କୃଷି ମନ୍ତ୍ରୀ ଆଗକୁ କହିଛନ୍ତି ଯେ, ଚାଳିତ ବର୍ଷରେ ଏଫ୍‌ସିଆଇ ୨୪ ମେଟ୍ରିକ ଟନ୍ ଚାଉଳ ଉଠାଇଥିବା ବେଳେ, ଆଉ ୧୫ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବାକୁ ବାକି ରହିଛି । ଏହି ପରିସ୍ଥିତିରେ ମିଲ ଗୁଡିକୁ ଅଧିକ ଅରୁଆ ଚାଉଳ ତିଆରି କରିବାକୁ ନିର୍ଦ୍ଦେଶ ଦିଆଯିବ ।