ନୂଆପଡ଼ା ଉପନିର୍ବାଚନ: ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଲା କଂଗ୍ରେସ
ଭୁବନେଶ୍ବର (ସଂକେତ ଟିଭି): ନୂଆପଡ଼ା ଉପନିର୍ବାଚନକୁ ଘେରି ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଲଲାଟେନ୍ଦୁ ମହାପାତ୍ର ରାଜ୍ୟ ସରକାର ଉପରେ ଗୁରୁତ୍ତର ଅଭିଯୋଗ ଅଣିଛନ୍ତି। ସେ ଦାବି କରିଛନ୍ତି ଯେ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଏହି ଲୋକପ୍ରିୟତାକୁ ରୋକିବା ପାଇଁ ରାଜ୍ୟ ସରକାର କଳ ଓ ବଳ ପ୍ରୟୋଗ କରୁଛନ୍ତି।
ଲଲାଟେନ୍ଦୁ ମହାପାତ୍ର ଗତକାଲି ପୁଲିସ କର୍ମୀମାନେ ନୂଆପଡ଼ା କଂଗ୍ରେସ ଭବନରେ ପ୍ରବେଶ କରି ଆତଙ୍କର ସୃଷ୍ଟି କରିଥିବା ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ ପୁଲିସକୁ ବିଜେପି ଦଳ ବ୍ୟବହାର କରୁଛି ଏବଂ ବିଜେପି କିମ୍ବା ବିଜେଡି ଅଫିସରେ ସେମାନେ କେତେଥର ଯାଞ୍ଚ କାର୍ଯ୍ୟ କରିଛନ୍ତି? ତାଙ୍କର ଆଉ ଏକ ଗୁରୁତ୍ତର ଅଭିଯୋଗ ହେଲା ଯେ, ବିଜେପି ନେତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯେତେବେଳେ ମହିଳାମାନଙ୍କୁ ପ୍ରଭାବିତ କରିବା ପାଇଁ ସୁଭଦ୍ରା ମେଳାର ଆୟୋଜନ କରିଥିଲେ, ସେତେବେଳେ ପୁଲିସ କୁହାଡ଼ ମାରି ରହିଥିଲେ।
ଏସବୁ ପରିସ୍ଥିତିରେ କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହି ଘଟଣାର ତତକ୍ଷଣାତ୍ ତଦନ୍ତ କରିବା ଏବଂ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ ଜଣାଇଛି।
ଅନ୍ୟଦিকে, ନୂଆପଡ଼ା ଉପନିର୍ବାଚନ ସମୟରେ ଲକ୍ଷ ଲକ୍ଷ ଟଙ୍କା ଧରାପଡ଼ିବା ନେଇ ମଧ୍ୟ ବିବାଦ ରହିଛି। ପୁଲିସ ପ୍ରାୟ ୭୦ ଲକ୍ଷ ଟଙ୍କା ଜବତ କରିଥିଲେ ମଧ୍ୟ ଏହି ଟଙ୍କା କାହାର ତାହା ସ୍ପଷ୍ଟ କରିନାହିଁ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଏହି ଟଙ୍କା ଜଣେ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କର, ଯିଏକି ଜଣେ ବିଜେପି ସଂସଦଙ୍କ ପ୍ରମୁଖ ସମର୍ଥକ ଅଟନ୍ତି।
