ଭାରତ ଓ ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ : ୪ ୱିକେଟରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ
ମେଲବୋର୍ଣ୍ଣ(ସଂକେତ ଟିଭି): ଶୁକ୍ରବାର ଦିନ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତକୁ ୪ ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ସିରିଜ୍ରେ ୧-୦ରେ ଆଗୁଆ ହୋଇଛି।
ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୨୫ ରନରେ ଅଲଆଉଟ୍ ହୋଇଯାଇଥିଲା। ଅଭିଷେକ ଶର୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରି ନଥିଲେ। ଶର୍ମା ୩୭ ବଲରେ ଧମାକାଦାର ୬୮ ରନ୍ କରିଥିଲେ। ହର୍ଷିତ ରାଣା ୩୫ ରନ୍ କରିଥିବା ବେଳେ ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଅକ୍ଷର ପଟେଲ, ଶିଭମ ଦୁବେ ଆଦି ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରେ ଜୋଶ ହେଜଲଉଡ୍ ୩ ଉଇକେଟ୍ ନେଇଥିଲେ।
ଅଷ୍ଟ୍ରେଲିଆ ମାତ୍ର ୧୩.୨ ଓଭରରେ ୬ ଉଇକେଟ୍ ହରାଇ ୧୨୬ ରନ୍ କରି ବିଜୟୀ ହୋଇଥିଲା। ଟ୍ରାଭିସ୍ ହେଡ୍ ଏବଂ ଅଧିନାୟକ ମିଚେଲ୍ ମାର୍ଶଙ୍କ ପ୍ରାରମ୍ଭିକ ଯୋଡ଼ି ଦଳକୁ ଦ୍ରୁତଗତିରେ ଆଗୁଆ କରାଇଥିଲେ। ମାର୍ଶ ୨୬ ବଲରେ ୪୬ ରନ୍ କରିଥିବା ବେଳେ ହେଡ୍ ୧୫ ବଲରେ ୨୮ ରନ୍ କରିଥିଲେ।
ଭାରତ ପକ୍ଷରେ ଜସପ୍ରିତ ବୁମରାହ ଏବଂ ବରୁଣ ଚକ୍ରବର୍ତ୍ତୀ ଅଷ୍ଟ୍ରେଲିଆକୁ କମ୍ ସ୍କୋରରେ ଅଟକାଇବା ପାଇଁ ଭଲ ବୋଲିଂ କରିଥିଲେ। ବୁମରାହ ୪ ଓଭରରେ ମାତ୍ର ୨୬ ରନ୍ ଦେଇ ୨ ଉଇକେଟ୍ ଏବଂ ଚକ୍ରବର୍ତ୍ତୀ ୪ ଓଭରରେ ମାତ୍ର ୨୩ ରନ୍ ଦେଇ ୨ ଉଇକେଟ୍ ନେଇଥିଲେ। କିନ୍ତୁ ଅନ୍ୟ ବୋଲରମାନେ ବିଶେଷ ସଫଳତା ପାଇପାରି ନଥିଲେ।
ଏହି ବିଜୟ ଅଷ୍ଟ୍ରେଲିଆର ପାଞ୍ଚ ବର୍ଷ ମଧ୍ୟରେ ଭାରତକୁ ନିଜ ଘରୋଇ ମାଟିରେ ଟି-୨୦ରେ ପ୍ରଥମ ପରାଜୟ। ଏହା ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ମୋଟ ୧୨ତମ ଟି-୨୦ ବିଜୟ ଅଟେ।
