FeaturedLatestNewsPolitics

ନୂଆପଡା ଉପନିର୍ବାଚନ : ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର

ନୂଆପଡା (ସଂକେତ ଟିଭି): ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟବହୃତ ବିମାନ ଏବଂ ହେଲିକପ୍ଟର ଯାଞ୍ଚ କରାଯାଇଛି। ଫ୍ଲାଇଂ ସ୍କ୍ବାଡ୍ ଏବଂ ଭିଡିଓ ସର୍ଭେଲାନ୍ସ ଟିମ୍ ତରଫରୁ ଏହି ଯାଞ୍ଚ କାର୍ଯ୍ୟ ହାସଲ କରାଯାଇଥିବା ବେଳେ ଗତକାଲି ନୂଆପଡା ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ନୂଆପଡା ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ସୂଚନା ଦେଇଛି।

ଗୁରୁବାର ନୂଆପଡାର କୋମନା ଉଦ୍ୟାନବନ୍ଧରେ ଆୟୋଜିତ ରୋଡ୍ ଶୋ କାର୍ଯ୍ୟକ୍ରମରେ ବିରାଟ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ନୂଆପଡାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି।” ତାଙ୍କ ଦାବି, ପୂର୍ବରୁ କେବେ ଏତେ ବିରାଟ ଜନସମାଗମ କେହି ଦେଖି ନଥିଲେ। ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ନୂଆପଡାର ବିକାଶ ପାଇଁ ୧୪୦୦ କୋଟି ଟଙ୍କାର ପ୍ରତିଶ୍ରୁତି ଦିଆଯାଇସାରିଛି।

ମୁଖ୍ୟମନ୍ତୀ ଆହୁରି କହିଛନ୍ତି ଯେ ଜୟ ଢୋଲକିଆ ନିର୍ବାଚିତ ହେଲେ ଜନତାଙ୍କ ଦାବି ଉପସ୍ଥାପନ କରିପାରିବେ। ଏହି ପ୍ରସଙ୍ଗକୁ ଆଗକୁ ବଢ଼ାଇ ସେ ବିରୋଧୀ ଦଳର ନେତା ଜୟ ଢୋଲକିଆଙ୍କୁ ନେଇ ତୀକ୍ଷ୍ଣ ମନ୍ତବ୍ୟ ଦେଇଛନ୍ତି। କିଛି ଦିନ ତଳେ ବିରୋଧୀ ଦଳର ନେତା ଜୟଙ୍କୁ ସେ ‘ବେଇମାନ’ ଆଖ୍ୟା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରି ନଥିଲା ଏବଂ ସମ୍ଭବତଃ କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିବାରୁ ସେ ତାହା ପଢ଼ିଦେଇଥିଲେ। ତାଙ୍କ ମତରେ, ‘ବେଇମାନ’ ଶବ୍ଦର ଅର୍ଥ ବିରୋଧୀ ନେତା ବୁଝି ପାରିନଥିବେ।

ବିଜେପୁର, କାକଟପୁର ଓ ନର୍ଲାରେ ବିଜେଡି କରିଥିବା କାର୍ଯ୍ୟକୁ ମନେ ପକାଇବାକୁ କହି ମାଝୀ ପ୍ରଶ୍ନ କରିଛନ୍ତି, “ଏହା ବେଇମାନୀ ନଥିଲା କି?” ତାଙ୍କ ମତରେ, ବେଇମାନ କିଏ ଏବଂ କେତେ ଥର ବେଇମାନୀ କରିଛନ୍ତି, ତାହା ସମସ୍ତେ ଜାଣିଛନ୍ତି। ଶେଷରେ ସେ ଅଭିଯୋଗ କରିଛନ୍ତି ଯେ ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡ଼ି ଦେଇ ବେଇମାନୀ କରାଯାଇଛି।