CrimeFeaturedLatestNews

ଅନିମେଶ ଓ କୁଆଁ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ସଦର ଥାନା ମେଘଡମ୍ବରୁ ଛକ ଠାରେ ଭୋର ସମୟରେ ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ଅଭିଜିତ ସେଠୀ ଓ ମୃନ୍ମୟ ସିଂ । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଏକ ଦେଶୀ ପିଷ୍ଟଲ, ଚାରିଟି ମାଗାଜିନ୍ ଏବଂ ଦୁଇଟି ତେଲେଙ୍ଗା କଟୁରୀ ଜବତ କରିଛନ୍ତି।

ଗିରଫକୃତ ଉଭୟ ଅନିମେଶ ଓ କୁଆଁ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସକୁ ଜଣା ପଡିଛି। ଏହି ଗ୍ୟାଙ୍ଗରେ ପାଖାପାଖି ୩୦ ଜଣ ସଦସ୍ୟ ରହିଛନ୍ତି ବୋଲି ସଦର SDPO ଶୁଭ୍ରାଂଶୁ ଶେଖର ନାୟକ ଜଣାଇଛନ୍ତି। ଏହି ଗିରଫକାରୀ ପ୍ରସଙ୍ଗରେ ଆଜି ସନ୍ଧ୍ୟା ୬.୩୦ ରେ ସଦର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ସଦର ପୋଲିସର ପେଟ୍ରୋଲିଂ ଟିମ୍ ଆଜି ଭୋରରେ ପେଟ୍ରୋଲିଂ କରୁଥିବା ବେଳେ ମେଘଡମ୍ବରୁ ଛକରେ ଦୁଇଜଣ ସନ୍ଦେହାସ୍ପଦ ଯୁବକଙ୍କୁ ଦେଖିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ତଦନ୍ତରେ ସେମାନଙ୍କ ପାଖରୁ ବନ୍ଧୁକ, ମାଗାଜିନ୍ ଓ ତେଲେଙ୍ଗା କଟୁରୀ ଜବତ କରାଯାଇଥିଲା।