CrimeFeaturedLatestNews

ବାଂଲାଦେଶୀ ଲିଙ୍କ୍‌ ସହିତ ଜଡ଼ିତ ସିକନ୍ଦର ଆଲାମ ଗିରଫ

ଭୁବନେଶ୍ବର (ସଂକେତ ଟିଭି): ବାଂଲାଦେଶୀ ଲିଙ୍କ୍ ସହିତ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମକୁ ଶେଷରେ ଜଗତସିଂହପୁର ପୋଲିସ ଗିରଫ କରିଛି । ଯାଜପୁରର ଏହି ଅଭିଯୁକ୍ତ ଗତ ୬ ଦିନ ଧରି ଫେରାର ଥିଲା । ତାକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା । ଗିରଫକରିବା ସମୟରେ ତା’ଠାରୁ ପାସପୋର୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

ସିକନ୍ଦର ବେହେରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଭାବରେ ଘର ତିଆରି କରି ବାଂଲାଦେଶୀ ନାଗରିକଙ୍କୁ ରଖୁଥିବା ଅଭିଯୋଗ ରହିଛି । ପୋଲିସକୁ ସିକନ୍ଦରର ବିଦେଶୀ ଲିଙ୍କ ରହିଥିବା ସୂଚନା ମିଳିଥିଲା । ବର୍ତ୍ତମାନ ତାକୁ ଏକ ଗୁପ୍ତ ସ୍ଥାନରେ ରଖି ପଚାରାଉଚରା ଚାଲିଛି ।

ଉଲ୍ଲେଖ୍ୟ, ଗତ ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁର ବସ୍ତିରେ ପୋଲିସ ଚଢାଉ କରିଥିଲା । ସନ୍ଦିଗ୍ଧ ବାଂଲାଦେଶୀ ନାଗରିକଙ୍କୁ ସେହି ସ୍ଥାନରେ ରଖାଯାଇଥିବା ସନ୍ଦେହରେ ଏହି ଚଢାଉ ହାତ ଧରିଥିଲା । ଅତିରିକ୍ତ ଏସ୍‌ପି, ତରିକୁନ୍ଦ ବିଟ୍‌ ହାଉସ୍ ଅଧିକାରୀ ଏବଂ ମହିଳା କନଷ୍ଟେବଳ ସମେତ ମୋଟ ୫ ଜଣ ପୋଲିସ କର୍ମୀ ଏହି ଚଢାଉରେ ଯୋଗ ଦେଇଥିଲେ । ଚଢାଉ କରିବା ମାତ୍ରେ ସିକନ୍ଦରର ଦୁଇ ଭଉଣୀ ପୋଲିସକୁ ଆକ୍ରମଣ କରିଥିଲେ ।