FeaturedLatestNewsSports

ବାରବାଟି ଷ୍ଟାଡିୟମରେ କମିଲା ଦର୍ଶକ କ୍ଷମତା

ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) କଟକର ବାରବାଟି ଷ୍ଟାଡିୟମର ଦର୍ଶକ କ୍ଷମତା କମାଇଛି । ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ୍ର ଗ୍ୟାଲେରୀଗୁଡ଼ିକରେ ସିଟ୍ ସଂଖ୍ୟା ଅଢ଼େଇ ହଜାର କମାଯାଇଛି । କମିଶନରେଟ ପୋଲିସ୍ ପକ୍ଷରୁ ଷ୍ଟାଡିୟମ୍ ପୁରୁଣା ହୋଇଥିବାରୁ ଏହି ପରାମର୍ଶ ଦିଆଯାଇଥିଲା ।

ସିଟ୍ ସଂଖ୍ୟା କମିବା ସହିତ ଓସିଏ ସିଟ୍ ଗୁଡ଼ିକର ଚଉଡ଼ା ମଧ୍ୟ ୧୯ ଇଞ୍ଚରୁ ବୃଦ୍ଧି କରି ୨୨ ଇଞ୍ଚ କରିଛି, ଯାହା ଦର୍ଶକଙ୍କୁ ଅଧିକ ସୁବିଧା ପ୍ରଦାନ କରିବ । କମିଥିବା ସିଟ୍ ସଂଖ୍ୟାକୁ ଗ୍ରାଉଣ୍ଡ ପାଖରେ ଆଡଜଷ୍ଟ କରିବା ପାଇଁ ଓସିଏ ଚିନ୍ତା କରୁଥିଲେ ମଧ୍ୟ, ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଏହି ପରିବର୍ତ୍ତନଦ୍ୱାରା ବାରବାଟି ଷ୍ଟାଡିୟମର ବର୍ତ୍ତମାନର ଦର୍ଶକ କ୍ଷମତା ୪୪ ହଜାର ରହିଛି ।

ଏଥିସହ, ପ୍ରଥମ ଥର ପାଇଁ ଓସିଏ ଗ୍ୟାଲେରୀଗୁଡ଼ିକରେ ପାଥବେ ବା କରିଡ଼ର୍ ବ୍ୟବସ୍ଥା କରିଛି । ଏହି ନୂତନ ବ୍ୟବସ୍ଥା ଯୋଗୁଁ ଦର୍ଶକମାନେ ଅଧିକ ସୁବିଧାରେ ଭିତରକୁ ପଶିବେ ଏବଂ ବାହାରକୁ ଯିବାବେଳେ କୌଣସି ଅସୁବିଧା ହେବନାହିଁ । ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଏହା ବହୁତ ସହାୟକ ହେବ ବୋଲି ଆଶା କରାଯାଉଛି । ଆସନ୍ତା ୯ ଡିସେମ୍ବର ତାରିଖରେ ଏହି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବନାମ ଭାରତ ମଧ୍ୟରେ ଏକ T-20 କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାର ନିର୍ଦ୍ଦିଷ୍ଟ ଅଛି ।