FeaturedLatestNewsPolitics

ନିର୍ବାଚନୀ ଅନିୟମିତତା ମାମଲାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଆବେଦନ ଖାରଜ

କଟକ (ସଂକେତ ଟିଭି): ପାଟଣାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ଚାଲିଥିବା ମାମଲା ଜାରି ରହିବ । ଓଡିଶା ହାଇକୋର୍ଟ ଉଭୟ ନେତାଙ୍କର ଆବେଦନକୁ ଖାରଜ କରି ଦେଇଛନ୍ତି । ଉଭୟେ ବିନା ଶୁଣାଣିରେ ନିର୍ବାଚନୀ ମାମଲା ଖାରଜ କରାଯାଇଥିବା ମୂଳ ଆଦାଲତର ରାୟ ବିରୁଦ୍ଧରେ ଏହି ଆବେଦନ କରିଥିଲେ ।

ପାଟଣାଗଡ଼ ବିଧାନସଭା ଆସନରୁ ଜିତିଥିବା ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ବିରୁଦ୍ଧରେ ପରାଜିତ ପ୍ରାର୍ଥୀ ସରୋଜ ମେହେର ଏହି ନିର୍ବାଚନୀ ମାମଲା ଦାୟର କରିଥିଲେ । ହାଇକୋର୍ଟ ଏହି ମାମଲାକୁ ଖାରଜ କରିବା ପାଇଁ ସିଂହଦେଓଙ୍କ ଆବେଦନକୁ ନକାର ଦେଇଛନ୍ତି, ଫଳରେ ମାମଲା ଚାଲୁ ରହିବ ।

ସେହିଭଳି, କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗରେ ବିଧାୟକ ଲକ୍ଷ୍ମଣ ବାଗ୍ଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ମୋକଦ୍ଦମା ମଧ୍ୟ ଜାରି ରହିବ । ଏହି ମାମଲା କଣ୍ଟାବାଞ୍ଜିର ଜଣେ ଭୋଟର ଦାୟର କରିଥିଲେ । ମୂଳ ନିର୍ବାଚନୀ ମାମଲାକୁ ଖାରଜ କରାଯାଇଥିବା ରାୟ ବିରୁଦ୍ଧରେ ଲକ୍ଷ୍ମଣ ବାଗ୍ ଆବେଦନ କରିଥିଲେ ମଧ୍ୟ, ହାଇକୋର୍ଟ ତାହାକୁ ଗ୍ରହଣ କରିନାହିଁ ।