FeaturedLatestNewsPolitics

ବିଜେପି ସହିତ ସଂପର୍କ ରଖିଥିବା ନେତା କଂଗ୍ରେସ ଛାଡି ଦେବା ଉଚିତ୍: ଭକ୍ତ ଚରଣ ଦାସ

ଭୁବନେଶ୍ୱର (ସଂକେତ ଟିଭି): ପିସିସି ସଭାପତି ଭକ୍ତ ଚରଣ ଦାସ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ତୀବ୍ର ପ୍ରତିକ୍ରିୟା ଦର୍ଶାଇଛନ୍ତି । ମୋକିମଙ୍କ ଚିଠି ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଥିବା ଭକ୍ତ ଦାସ କହିଛନ୍ତି, “ବିଜେପି ସହ ଯେଉଁମାନେ ଅଛନ୍ତି, ସେମାନେ ବିଜେପିକୁ ଚାଲିଯିବା ଉଚିତ ।”

ମହମ୍ମଦ ମୋକିମ ତାଙ୍କ ଚିଠିରେ ଭକ୍ତ ଚରଣ ଦାସଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଥିଲେ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ ।

ଏହାର ପ୍ରତିକ୍ରିୟାରେ ଭକ୍ତ ଦାସ କହିଛନ୍ତି, “ରାହୁଲ ଗାନ୍ଧୀ କଠୋର ପରିଶ୍ରମ କରି କଂଗ୍ରେସକୁ ପୁଣି ଶକ୍ତିଶାଳୀ କରିଛନ୍ତି । ଏବେ ଲୋକସଭାରେ କଂଗ୍ରେସର ୯୯ ସାଂସଦ ଅଛନ୍ତି । ସେହିପରି ମଲ୍ଲିକାର୍ଜୁନ ଖଡଗେଙ୍କ ଭଳି ବରିଷ୍ଠ ନେତା ଯିଏ ସାରା ଜୀବନ ଦଳ ପାଇଁ ଉତ୍ସର୍ଗ କରିଛନ୍ତି, ତାଙ୍କ ମାର୍ଗଦର୍ଶନ ଉପରେ ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ ।”

ବୟସକୁ ଲକ୍ଷ୍ୟ କରି ଟିପ୍ପଣୀ ଦେବା ସମ୍ବନ୍ଧରେ ଭକ୍ତ ଦାସ କହିଛନ୍ତି, “ବୟସ କାମ କରେନି, ଇଛା ଶକ୍ତି କାମ କରେ ।”

ଏହି ଘଟଣା ଘଟିବା ସମୟରେ, ଦିଲ୍ଲୀ ଦରବାରରେ ଓଡ଼ିଶା କଂଗ୍ରେସର ଆନ୍ତରିକ କନ୍ଦଳ ବିଚାରାଧୀନ ଅଛି ।