CrimeLatestNews

ଡାକ୍ତରଖାନା ପରିସରରେ ବନ୍ଧୁକଧାରୀ ଯୁବକଙ୍କ ଆତଙ୍କ

ବାଲେଶ୍ବର (ସଂକେତ ଟିଭି): ଆଜି ମଧ୍ୟାହ୍ନରେ ସୋର ଡାକ୍ତରଖାନା ପରିସରସ୍ଥ ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିବା ଜଣେ ଅଜ୍ଞାତ ଯୁବକ ଅଣ୍ଟାରେ ବନ୍ଧୁକ ରଖିଥିବା ଦେଖି ଭୋଜନାର୍ଥୀମାନେ ଭୟଭୀତ ହୋଇଥିଲେ। ଭୟଭୀତ ଲୋକେ ତତ୍କ୍ଷଣାତ୍ ଆହାର କେନ୍ଦ୍ରର ସିକ୍ୟୁରିଟି ଗାର୍ଡଙ୍କୁ ଏହି କଥା ଜଣାଇଥିଲେ।

ଘଟଣାସ୍ଥଳରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ କୌଶଳର ସହିତ ଯୁବକଙ୍କ ନିକଟରୁ ବନ୍ଧୁକ ଛଡ଼ାଇ ଆଣିବା ସହ ପୋଲିସକୁ ଖବର ଦେଇଥିଲେ। ବନ୍ଧୁକ ଛଡାଯିବା ପରେ ଯୁବକ ଡାକ୍ତରଖାନା ପାଚେରୀ ଡେଇଁ ପଳାୟନ କରିଥିଲେ ଏବଂ ରାଇପୁର ଗାଁରେ ଲୁଚିବାକୁ ଚେଷ୍ଟା କରିଥିଲେ।

ଗ୍ରାମବାସୀମାନେ ତାକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଧରାଯାଇଥିବା ଯୁବକ ବଢ଼େଇ ସାହିରେ କିଛି ଦିନ ହେବ ଭଡ଼ା ସୂତ୍ରରେ ରହୁଥିଲେ, କିନ୍ତୁ ତାଙ୍କ ପ୍ରକୃତ ପରିଚୟ ଏଯାଏଁ ମିଳିପାରିନାହିଁ।

ପୋଲିସ ବନ୍ଧୁକକୁ ଜବତ କରିବା ସହିତ ଯୁବକକୁ ଅଟକରେ ରଖି ତଦନ୍ତ ଆରମ୍ଭ କରିଛି ।