Latest

ଚୀନ ଆକ୍ରମଣ କଲେ ଭାରତକୁ ବଞ୍ଚାଇବାକୁ ଆସିବ ନାହିଁ ଋଷ

ନୂଆଦିଲ୍ଲୀ ୦୧/୦୪: (ସଂକେତ ଟିଭି) ଋଷ ଏବଂ ୟୁକ୍ରେନ ମଧ୍ଯରେ ଯୁଦ୍ଧ ଚାଲିଥିବାବେଳେ ଋଷ ଉପରେ ଆମେରିକା ବିଭିନ୍ନ ପ୍ରତିବନ୍ଧକ ଲଗାଇଛି । ଅନେକ ପାଶ୍ଚାତ୍ୟ ଦେଶ ବ୍ୟତୀତ ଆମେରିକା ଭାରତଠାରୁ ମଧ୍ୟ ସମାନ ଆଶା କରୁଛନ୍ତି । ଆମେରିକାର ପ୍ରତିବନ୍ଧକ ସତ୍ତ୍ୱେ ଭାରତ ଋଷ ସହିତ ନିଜର ସମ୍ପର୍କକୁ ପ୍ରଭାବିତ କରିବାକୁ ଦେଇନାହିଁ ।

ଭାରତ ଦ୍ୱାରା ଋଷର ତୈଳ ଆମଦାନୀରେ ବୃଦ୍ଧି ଭାରତକୁ ଏକ ବଡ଼ ବିପଦରେ ପକାଇପାରେ ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ଭାରତ ଋଷ ଠାରୁ ତୈଳ କ୍ରୟ କରିବାରେ ଆମେରିକାକୁ କୌଣସି ଆପତ୍ତି ନାହିଁ । କିନ୍ତୁ ସର୍ତ୍ତ ଏହା ହେଉଛି ଯେ ସେ ଗତ ବର୍ଷ ତୁଳନାରେ ଅଧିକ ତୈଳ କ୍ରୟ ନ କରନ୍ତୁ ।

ସେପଟେ ଆମେରିକାର ଡେପୁଟି ନ୍ୟାସନାଲ ସେକ୍ରେଟାରୀ ଦଲିପ ସିଂ ଗୁରୁବାର କହିଛନ୍ତି ଯେ, ୟୁକ୍ରେନ ଆକ୍ରମଣ ପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ରୋକିବାକୁ ଚେଷ୍ଟା କରୁଥିବା ଦେଶ ଏହାର ପରିଣାମ ଭୋଗିବେ ।

ଶୀର୍ଷ ଆମେରିକୀୟ-ଭାରତୀୟ ଉପଦେଷ୍ଟା ଓ ମସ୍କୋ ବିରୁଦ୍ଧରେ ୱାଶିଂଟନ ତରଫରୁ ଦଣ୍ଡାତ୍ମକ ଆର୍ଥିକ ପ୍ରତିବନ୍ଧକ ଲଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଦଲିପ ସିଂ ୟୁକ୍ରେନ ବିରୁଦ୍ଧରେ ଋଷର “ଅନ୍ୟାୟ ଯୁଦ୍ଧ” ର ଫଳାଫଳ ଉପରେ ଭାରତ ସହ ଗଭୀର ଭାବରେ ପରାମର୍ଶ କରିବା ପାଇଁ ନୂଆଦିଲ୍ଲୀ ଆସିଛନ୍ତି ।

ସୋ ଭାରତକୁ ଚେତାବନୀ ଦେଇଛନ୍ତି ଯେ, ଚୀନ ଯଦି ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ କୁ ଉଲ୍ଲଂଘନ କରେ, ତେବେ ଋଷ ତାଙ୍କୁ ବଞ୍ଚାଇବାକୁ ଆସିବ ନାହିଁ । କାରଣ ଚୀନ୍ ଓ ଋଷ ମଧ୍ୟରେ ବର୍ତ୍ତମାନ ଏକ “ନୋ ଲିମିଟ୍ସ ପାର୍ଟନରଶିପ୍” ଅଛି ।