HealthLatestNews

ରାଜ୍ୟରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା: ମନମୋହନ ସାମଲ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ବନ୍ଦ ହେବ ବିଜୁ ସ୍ବାସ୍ଥ୍ଯ କଲ୍ୟାଣ ଯୋଜନା (ବିଏସକେୱାଇ)। ଏହା ବନ୍ଦ କରାଯାଇ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ। ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଏହା କହିଛନ୍ତି ।

ମନମୋହନ ସାମଲ କହିଛନ୍ତି ବିଏସକେୱାଇରେ ଭଲ ସୁବିଧା ମିଳୁନଥିଲା । ଆୟୁଷ୍ମାନ ଯୋଜନା ଲାଗୁ ହେଲେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ମିଳିବ । ଏହାସହ ନିର୍ବାଚନ ପୂର୍ବରୁ ବିଜେପି ଯାହା ପ୍ରତିଶୃତି ଦେଇଥିଲା ତାହା ସବୁ କାର୍ଯ୍ୟକାରୀ କରାଯିବ । ଲୋକେ ନିର୍ବାଚନ ଲଢୁଥିଲେ । ରାଜ୍ୟରେ ଲୋକଙ୍କ ସରକାର ହେବ। ୬ ତାରିଖ ଦିନ ନେତା ଚୟନ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା, ତାହା ଟିକେ ବିଳମ୍ବ ହେଇପାରେ। ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବେ, ତାହା ଫାଇନାଲ ହେବ । ୧୦ ତାରିଖରେ ଜଣେ ଓଡ଼ିଆ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମନମୋହନ କହିଛନ୍ତି । ସେହିଭଳି ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ମଧ୍ୟ ମନମୋହନ କହିଛନ୍ତି ।

ସେହିଭଳି ଚାନ୍ଦବାଲିରୁ ପରାଜୟ ନେଇ ସେ କହିଛନ୍ତି, ଚାନ୍ଦବାଲି ଜନତା ଯାହା ଆଶୀର୍ବାଦ ଦେଲେ, ତାହା ମୁଁ ସାଦରରେ ଗ୍ରହଣ କରୁଛି । ଯେଉଁ ଦାୟିତ୍ୱ ମିଳିବ, ତାହା ତୁଲାଇବି । ମୁଁ ନୁହେଁ, ସାଧାରଣ ଜନତା ନିର୍ବାଚନ ଲଢୁଥିଲେ ବୋଲି ମନମୋହନ ସାମଲ କହିଛନ୍ତି ।