EntertainmentFeaturedLatest

ବିବାହ କଲେ ରାକୁଲ୍ ପ୍ରୀତ ସିଂହ-ଜ୍ୟାକି ଭଗନାନୀ

ବଲିଉଡ ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହ-ବଲିଉଡର ପ୍ରଯୋଜକ ଜ୍ୟାକି ଭଗନାନୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆଜି ଗୋଆରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଛି। ଉଭୟ ଦକ୍ଷିଣ ଗୋଆରେ ଥିବା ଆଇଟିସି ଗ୍ରାଣ୍ଡରେ ବିବାହ କରିଥିବା ବେଳେ ଦମ୍ପତିଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନେ ବିବାହରେ ଯୋଗ ଦେଇଥିଲେ। ଏହି ବିବାହରେ ବଲିଉଡ କଳାକାର ଶିଳ୍ପା ଶେଟ୍ଟୀ, ଆୟୁଷ୍ମାନ ଖୁରାନା, ଅର୍ଜୁନ କପୁର, ଡେଭିଡ ଧୱନ, ଅକ୍ଷୟ କୁମାର, ବରୁଣ ଧୱନ, ନତାଶାଙ୍କ ସହ ଭୂମି ପେଡନେକର, ଇଶା ଦେଓଲ ଉପସ୍ଥିତ ଥିବା ଦେଖାଯାଇଥିଲା।

ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ଲଭଷ୍ଟୋରୀ ଲକଡାଉନରୁ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷ ହେବ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ବେଳେ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୧ ମସିହାରେ ଜ୍ୟାକି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ପ୍ରୋପୋଜ କରିଥିଲେ । ଏହାପରେ ଅଭିନେତ୍ରୀ ହଁ କରିଥିଲେ ।