EntertainmentFeaturedLatestNews

ଗିରଫ ହୋଇପାରନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି

କଟକ (ସଂକେତ ଟିଭି) : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଗିରଫ ହୋଇପାରନ୍ତି । କଟକ ଜେଏମଏଫସି ଅନୁଭବଙ୍କ ବିରୋଧରେ NBW(ଜାମିନ ବିହୀନ ଗିରଫ ପରୱାନା) ଜାରି କରିଛି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ କଟକ ଜେଏମଏଫସି (MP, MLA) କୋର୍ଟ ତାଙ୍କ ନାଁରେ NBW ଜାରି କରିଛି। ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।

ପୁରୀଘାଟ ଥାନାରେ ରୁଜୁ ମାମଲାରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ ହୋଇଥିଲା, ହେଲେ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ । ଚାର୍ଜଫ୍ରେମ ପାଇଁ ହାଜର ନହେବାରୁ କୋର୍ଟ ଏନବିଡବ୍ଲୁ ଜାରି କଲେ । ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ପୁରୀଘାଟ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ବର୍ଷାଙ୍କ ଘରୋଇ ହିଂସା ମାମଲାରେ ଜେ ଏମ ଏଫ୍ ସି ସ୍ଵତନ୍ତ୍ର କୋର୍ଟ ତାଙ୍କୁ ଓ ତାଙ୍କ ସହଯୋଗୀ ଖଗେନ୍ଦ୍ର ସାହୁ ଓ ସୁଜିତ ଦଳେଇଙ୍କୁ ଚାର୍ଜ ଫ୍ରେମ କରିଥିଲେ।