FeaturedLatestNews

ମେ’ ୨୧ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୨୩ରେ ନେଇପାରେ ଲଘୁଚାରର ରୂପ

ଭୁବନେଶ୍ୱର (ସଂକେତ ଟିଭି) : ମେ ୨୧ ତାରିଖରେ ପୋର୍ଟବ୍ଲେୟାର ନିକଟରେ ଦକ୍ଷିଣ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୩ ସୁଦ୍ଧା ଏହା ଲଘୁଚାପରେ ପରିଣତ ହୋଇପାରେ । ପରେ ଏହା ଗଭୀର ଅବପାତର ରୂପ ନେଇପାରେ । ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଣ୍ଡାମାନରେ ମୌସୁମୀ ଛୁଇଁପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ସେ କହିଛନ୍ତି ଯେ ସ୍ୱାଭାବିକ ଭାବେ ମେ’ ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ଛୁଇଁଥାଏ। ମାତ୍ର ଏହି ଘୂର୍ଣ୍ଣିବଳୟ ଯୋଗୁଁ ୨୨ରେ ଯଦିବା ଆଣ୍ଡମାନରେ କିଛି ବର୍ଷା ହେବ, କିନ୍ତୁ ବର୍ଷାର ପରିମାଣ ଓ ପବନର ବେଗରୁ ଜଣାପଡ଼ୁଛି ଯେ ମୌସୁମୀ ୨୨ ପରେ ଆଣ୍ଡାମାନ ଛୁଇଁବ।

ସେ କହିଛନ୍ତି ଯେ ଗତ କିଛି ଦିନ ହେବ ଦକ୍ଷିଣ ଗୋଲାର୍ଦ୍ଧରୁ ବିଷୁବରେଖା ଅତିକ୍ରମ କରି ଦକ୍ଷିଣ ଆଫ୍ରିକା ସଂଲଗ୍ନ ଆରବସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେଉଥିଲା। ବିଷୁବ ରେଖା ଅତିକ୍ରମ ସ୍ଥାନ କ୍ରମଶଃ ପୂର୍ବ ଆଡ଼କୁ ଆସୁଛି ଏବଂ ଏହା ସପ୍ତାହେ ପରେ ବଙ୍ଗୋପସାଗରକୁ ମଧ୍ୟ କିଛି ଆସିବ ବୋଲି ଆକଳନ କରାଯାଉଛି। ତେବେ ଏହି ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ସମୟରେ ଘନୀଭୂତ ହେବା ଦ୍ୱାରା ଥାଇଲାଣ୍ଡ, ମିଆଁମାର, ବଙ୍ଗଲାଦେଶ, ଉତ୍ତର-ପୂର୍ବ ଭାରତ ସହିତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ମଧ୍ୟ ଭାରୀ ବର୍ଷା ହୋଇପାରେ।