FeaturedLatestNewsPolitics

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପାଇଁ ନବୀନ ଦାୟୀ : ବିଜେପି

ଭୁବନେଶ୍ୱର (ସଂକେତ ଟିଭି) : କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଦାୟୀ । ସ୍ବାମିଜୀଙ୍କ ଜୀବନ ପ୍ରତି ବିପଦ ଥିଲା, ସେ ପୋଲିସ ଠାରୁ ସୁରକ୍ଷା ମାଗିଥିଲେ, ମାତ୍ର ତାଙ୍କୁ ସୁରକ୍ଷା ଦେବା ବଦଳରେ ତାଙ୍କର ସଶସ୍ତ୍ର ଅଙ୍ଗରକ୍ଷୀଙ୍କୁ ପ୍ରତ୍ୟାହାର କରାଗଲା । କେବଳ ଏତିକି ନୁହେଁ, ଏହି ହତ୍ୟାକାଣ୍ଡରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ମଧ୍ୟ ବେଶ ସନ୍ଦେହଜନକ । ରାଜ୍ୟ ବିଜେପିର ଶୀର୍ଷ ନେତା ଭୁବନେଶ୍ବରରେ ପ୍ରେସମିଟ୍‌ କରି ଏଭଳି ଅଭିଯୋଗ ଆଣିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ମନମୋହନ ସାମଲ ମିଳିତ ଭାବରେ ଏହି ପ୍ରେସମିଟ କରିଥିଲେ । ସାଂସଦ ପ୍ରତାପ ଷଡଙ୍ଗୀ କନ୍ଧମାଳ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡରେ ସିଧା ବିଜେଡିକୁ ଦାୟୀ କରିଛନ୍ତି । ଏହି ହତ୍ୟାକାଣ୍ଡରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ସନ୍ଦେହଜନକ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ବରେ ଥିଲେ । ହେଲେ ତାଙ୍କ ପ୍ରତି ବିପଦ ଥିବା ଜାଣି ସତ୍ତ୍ବେ ତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଗଲା । ତାଙ୍କୁ ଯୋଜନାବଦ୍ଧ ଭାବେ ଜଣେ ସମାଜସେବୀ, ସନ୍ଥଙ୍କୁ ହତ୍ୟା କରାଗଲା ବୋଲି କହିଛନ୍ତି ପ୍ରତାପ ।