FeaturedLatestNewsPolitics

ଦମ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି : ପାଣ୍ଡିଆନ୍

ଭୁବନେଶ୍ୱର (ସଂକେତ ଟିଭି) : ବିଜେପି ଏତେ ବଡ ଜାତୀୟ ରାଜନୀତି ଦଳ ହେଲେ ୧୦ ବର୍ଷ ହେଲା ଗୋଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁ ନାହାନ୍ତି। ଦମ ଅଛି ତ ପୁରୁଷ ହେଉକି ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ । ନବୀନ ପଟ୍ଟନାୟକଙ୍କ ଆଗରେ କାହାକୁ ଛିଡା କରିବାକୁ ସାହାସ ନାହିଁ । ଏଣୁ ସେମାନେ ପଛଘୁଞ୍ଚା ଦେଉଛନ୍ତି । ଏହି ଭଳି ଭାବରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ବିଜେପି ପକ୍ଷରୁ ଆଜି କରାଯାଇଥିବା ପ୍ରେସ୍‌ ମିଟ୍‌କୁ କଟାକ୍ଷ କରି ପାଣ୍ଡିଆନ ଏହା କହିଥିଲେ ।

ହିନ୍ଦୋଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିବା କାର୍ତ୍ତିକ ପାଣ୍ଡିଆନ୍‌ ଜନସଭାକୁ ସମ୍ବୋଧିତ କରିବା ସମୟରେ କହିଥିଲେ ଯେ ଶୁଣିବାକୁ ମିଳୁଥିଲା ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ । ଜଣେ ମହିଳାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବରିଷ୍ଠ ନେତାଙ୍କ ମଧ୍ୟରେ ସହମତି ମିଳିନାନି । ପ୍ରେସମିଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଝଗଡା ହୋଇଗଲେ ଆଉ ପ୍ରାର୍ଥୀ ଘୋଷଣା କରିପାରିଲାନି।