EntertainmentFeaturedLatest

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ (ସଂକେତ ଟିଭି) : : ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଆଜି ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୮୧ ବର୍ଷିୟ ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ଜଣାପଡିଛି।

ସେପଟେ ବିଗ ବି ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ବିଗ ବିଙ୍କର ଏହି ପୋଷ୍ଟରୁ ଜଣାପଡିଛି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି ଏବଂ ସେ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଯାହା ପରେ ଫ୍ୟାନ୍ସଙ୍କୁ ଆଶ୍ୱସନା ମିଳିଥିବା ବେଳେ ସମସ୍ତେ ତାଙ୍କ ସୁସ୍ଥ କାମନା କରିଛନ୍ତି।

ପୂର୍ବରୁ ମଧ୍ୟ ଅନେକ ଥର ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏଥିରେ କୌଣସି ବଡ଼ କାରଣ ନୁହେଁ ବୋଲି ଖବର ଆସିଥିଲା । ତେବେ ଆଜି ସେ କେଉଁ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।