FeaturedLatestNewsPolitics

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜେଡି ବାଲେଶ୍ୱର ଜିଲା ସଭାପତି, ଦଳରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ବର(ସଂକେତ ଟିଭି) : ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ । ହେଲେ ସେ ତାଙ୍କ ମନ ପରିବର୍ତ୍ତନ କରି ବିଜେଡିରେ ରହିଛନ୍ତି । ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବିଜୁ ଜନତା ଦଳରେ ନୂଆ ଦାୟିତ୍ବ ଦିଆଯାଇଛି । ବାଲେଶ୍ବର ଜିଲ୍ଲା ସଭାପତି ଭାବେ ଜ୍ୟୋତିଙ୍କୁ ନୂଆ ନିଯୁକ୍ତି ମିଳିଛି ।

ସେହିଭଳି ବିଜେଡି ଜିଲ୍ଲା ସଭାପତି ଥିବା ଅଶ୍ବିନୀ କୁମାର ପାତ୍ରଙ୍କୁ ରାଜ୍ୟ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ।

ଜ୍ୟୋତି ପ୍ରକାଶ ବୁଧବାର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡିରୁ ଟିକେଟ୍ ନମିଳିବା ପରେ ସେ ଅସନ୍ତୁଷ୍ଟ ଥିଲେ । ଯାହା ଫଳରେ ସେ ବିଜଡିରୁ ଇସ୍ତଫା ଦେଇଥିଲେ । ଏହାପରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନବୀନ ନିବାସରୁ ଡାକରା ଆସିଥିବା ନେଇ ସୂଚନା ମିଳିଥିଲା । ବୁଧବାର ଜ୍ୟୋତିଙ୍କ ସହ ନବୀନ ନିବାସରେ ଆଲୋଚନା କରାଯାଇଥିଲା । ଯେଉଁ ଆଲୋଚନାରେ ଦଳୀୟ ସହ ସରକାରୀ ପଦ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଥିଲା । ଯାହା ଫଳରେ ସେ ପୁଣି ଦଳକୁ ଫେରିଥିଲେ ବୋଲି କୁହାଯାଉଛି ।