LatestNewsPolitics

ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳର ବିଧାୟିକା ସୀମାରାଣୀ ନାଏକ

ଢେଙ୍କାନାଳ (ସଂକେତ ଟିଭି): ବିଜେଡିରୁ ହିନ୍ଦୋଳର ବିଧାୟିକା ସୀମାରାଣୀ ନାଏକ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ୧୦ ବର୍ଷ ହେଲା ସେ ଲୋକଙ୍କର ସେବା କରିଆସୁଥିଲେ । ବ୍ୟକ୍ତିଗତ କାରଣରୁ ଦଳ ରହିବା ସମ୍ଭବ ନୁହେଁ। ତେଣୁ ବ୍ୟକ୍ତିଗତ ସମସ୍ୟା ପାଇଁ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଇସ୍ତଫା ଦେବା ପରେ ସେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଟଙ୍କା ନେଇ ଟିକେଟ୍‌ ଦିଆଯାଉଛି। ମୁଁ ଅନୁସୂଚିତ ଜାତି ବର୍ଗରୁ ଆସୁଛି, ମୋ ପାଖରେ ସେଭଳି ଟଙ୍କା ନାହିଁ। ଅନେକ ବିକାଶମୂଳକ କାର୍ଯ୍ୟ କରିବା ସତ୍ତ୍ୱେ ଟିକେଟ୍‌ ମିଳିଲାନି। ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନେବି।