FeaturedLatestNewsSports

ଓସିଏର ନୂଆ ମୁଖ୍ୟ କୋଚ୍ ଭାବରେ ଦାୟିତ୍ବ ନେଲେ ସୁରେନ୍ଦ୍ର ଭାବେ

କଟକ (ସଂକେତ ଟିଭି): ଓଡିଶା କ୍ରିକେଟର ନୂଆ ମୁଖ୍ୟ କୋଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମହାରାଷ୍ଟ୍ରର ଜଣାଶୁଣା କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେ । ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦୀନେଶ ମୋଙ୍ଗିଆ କୋଚ ପଦ ଛାଡିବା ପରେ ୧୩ଜଣ ଆବେଦନକାରୀଙ୍କ ମଧ୍ୟରୁ ଓସିଏ ସୁରେନ୍ଦ୍ର ଭାବେଙ୍କୁ ୨ ବର୍ଷ ପାଇଁ ଚୟନ କରିଛି।

ଦୁଇ ବର୍ଷ ପାଇଁ ସୁରେନ୍ଦ୍ର ଭାବେ ଓଡିଶା ରଣଜୀ ଦଳ ସହ ଜୁନିୟର କ୍ରିକେଟ ଉପରେ ବିଶେଷ ଧ୍ୟାନ ଦେବେ । ମହାରାଷ୍ଟ୍ର ପାଇଁ ସୁରେନ୍ଦ୍ର ଭାବେ ସଫଳତାର ସହ ୧୬ ବର୍ଷ ରଣଜୀ ଖେଳିବା, ବେଶ ନିଷ୍ଠାର ସହ ଅଧିନାୟକ ଦାୟିତ୍ୱ ତୁଲାଇବା ଓ ସର୍ବୋପରି ୨୫ ବର୍ଷଧରି ମହାରାଷ୍ଟ୍ର, ହରିୟାଣା ଓ ପଞ୍ଜାବ ଟିମକୁ ପ୍ରଶିକ୍ଷଣ ଦେବା ଅଭିଜ୍ଞତାକୁ ନଜରରେ ରଖି ତାଙ୍କୁ ଓସିଏସି ଏହି ଗୁରୁ ଦାୟିତ୍ୱ ଦେଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏର ନୂଆ ମୁଖ୍ୟ କୋଚ୍ ସୁରେନ୍ଦ୍ର ଭାବେ କହିଛନ୍ତି, ଓସିଏ ବିପକ୍ଷରେ ଅନେକ ମ୍ୟାଚରେ କୋଚ୍ ଦାୟିତ୍ୱ ତୁଲାଇଛି । ଓଡିଶା ଏକ ଭଲ ଓ ମଜଭୁତ ଟିମ। ଏହି ଟିମ ସହ ବହୁତ ସିଜିନ କାମ କରିବା ପାଇଁ ମୋର ଇଚ୍ଛା । ଭଲ କୋଚିଂ ପାଇଲେ ଚଳିତ ବର୍ଷ ଓଡିଶା ଦଳର ପ୍ରଦର୍ଶନ ଭଲ ରହିବ । ତେବେ ମୋର ଅଭିଜ୍ଞତା ଓ ଟିମର ଦୃଢ଼ ମନୋବଳ ଯୋଗୁ ଆଗାମୀ ବିସିସିଆଇ ଘରୋଇ ସିଜିନରେ ଓଡିଶା ବେଶ ଭଲ ପଦର୍ଶନ କରିବ ।

ଓସିଏର ସିଇଓଙ୍କ କହିବାନୁଯାୟୀ , ପୂର୍ବରୁ ଅନେକ ଜାତୀୟ ଆନ୍ତର୍ଜାତିକ କୋଚ୍ ଓଡ଼ିଶା କ୍ରିକେଟ ସଂଘର ମୁଖ୍ୟ ଦାୟିତ୍ୱ ତୁଲାଇଛନ୍ତି । ଏପରିକି 2019 ରେ ରଶ୍ମି ରଞ୍ଜନ ପରିଡା ଓଡିଶା ଟିମର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇଥିଲେ । ଏପରି ଭାବରେ କୋଚ୍ ପରିବର୍ତ୍ତନ କରିବାର ଉଦେଶ୍ୟ କ୍ରିକେଟରେ ପ୍ରତିଦ୍ୱନ୍ଦିତା ବର୍ତ୍ତମାନ ବହୁତ ଉଚ୍ଚରେ ରହିଛି। ଜାଫର ଓ ମୋଙ୍ଗିଆଙ୍କୁ ଆଉ ଏକ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଥିଲା, ହେଲେ ସେମାନେ ସେମାନଙ୍କ ନୂଆ ସୁଯୋଗ ପାଇଁ ଓସିଏ ହାତ ଛାଡିଥିଲେ । ବର୍ତ୍ତମାନ ସମୟରେ ସୁରେନ୍ଦ୍ର ଭାବେ ଓସିଏ କୁ ଘରୋଇ ସିଯିନ ରେ ଏକ ସ୍ଵତନ୍ତ୍ର ସ୍ଥାନ ପ୍ରଦାନ କରିବେ ।