FeaturedLatestNews

ଇସ୍ତଫା ଦେଲେ ୩ ବଡ ଅଫିସର: ସୁରେଶ, ବାଲକ୍ରିଷ୍ଣନ ଓ ମନୋଜ ମିଶ୍ର

ଭୁବନେଶ୍ବର (ସଂକେତ ଟିଭି): ସିଏମଓ ମୁଖ୍ୟ ଉପଦେଷ୍ଟ ପଦରୁ ସୁରେଶ ମହାପାତ୍ର, ସ୍ପେଶାଲ ଇନିସିଏଟିଭ ଉପଦେଷ୍ଟା ପଦରୁ ଆର୍‌ ବାଲକ୍ରିଷ୍ଣନ ଏବଂ ଓଡ଼ିଶା ପ୍ରଥମ ଆଉଟସୋର୍ସିଂ ପ୍ରମୁଖ ସଚିବ ମନୋଜ ମିଶ୍ର ଇସ୍ତଫା ଦେଇଛନ୍ତି । ଇସ୍ତଫା ଗୃହିତ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟରତ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ତଥା ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇଛି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ପରାମର୍ଶଦାତା ଭାବେ କାର୍ଯ୍ୟରତ ଆଉ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଆର୍ ବାଲକ୍ରିଷ୍ଣନ ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ସବୁଠୁ ବଡ କଥା ହେଉଛି ରାଜ୍ୟ ସରକାରଙ୍କ ଇଲୋକ୍ଟ୍ରୋନିକ୍ସ ଓ IT ବିଭାଗର ପ୍ରିନ୍ସପାଲ ସେକ୍ରେଟେରୀ ଭାବେ କାର୍ଯ୍ୟରତ ମନୋଜ କୁମାର ମିଶ୍ର ମଧ୍ୟ ଚାକିରିରୁ ଇସ୍ତଫା ଦେଇଛନ୍ତି । ତେବେ ସମସ୍ତଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।