FeaturedLatestNewsPolitics

ବିଜେଡିର ପରାଜିତ ପ୍ରାର୍ଥୀଙ୍କୁ ନେଇ ନେଇ ଅନୁଷ୍ଠିତ ହେଲା ସମୀକ୍ଷା ବୈଠକ

ଭୁବନେଶ୍ୱର (ସଂକେତ ଟିଭି): ବିଜେଡ଼ିର ପରାଜିତ ପ୍ରାର୍ଥୀଙ୍କୁ ନେଇ ଆଜି ନବୀନ ନିବାସରେ ସମୀକ୍ଷା ବୈଠକ ହୋଇଛି। ଏହି ବୈଠକରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀ ଯୋଗଦେଇଥିଲେ।

ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡିର ବଡ ବିପର୍ଯ୍ୟୟ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପବନ୍ଧୁ ଦାସ, କୌଶଲ୍ୟା ପ୍ରଧାନ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ପ୍ରିତିରଞ୍ଜନ ଘଡାଇ, ପଦ୍ମନାଭ ବେହେରା, ବିଶ୍ନୁବ୍ରତ ରାଉତରାୟ, ବିକ୍ରମ କେଶରୀ ଆରୁଖ, ଶ୍ରୀକାନ୍ତ ସାହୁ, ପ୍ରଭୁ ଜାନି, ବିକ୍ରମ ପଣ୍ଡା, ସୁବାସ ବେହେରା, ଅଶୋକ ପଣ୍ଡା, ସୁଶାନ୍ତ ବେହେରା ପ୍ରମୁଖ ବୈଠକରେ ଯୋଗଦେଇଛନ୍ତି।

ସେହିପରି ପରାଜିତ ସାଂସଦ ପ୍ରାର୍ଥୀମାନେ ମଧ୍ୟ ନବୀନ ନିବାସରେ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି। ସେମାନେ ହେଲେ ରଞ୍ଜିତା ସାହୁ, ମନ୍ମଥ ରାଉତରାୟ, ପ୍ରଣବ ପ୍ରକାଶ ଦାସ, ଅବିନାଶ ସାମଲ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ପ୍ରଦୀପ ମାଝୀ, ମଞ୍ଜୁଲତା ମଣ୍ଡଳ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ।