FeaturedLatestNewsPolitics

ବହୁ ସୁଟ୍ ବାଲା ଏବେ ଓଡିଶା ଆସିଗଲେ, ସବୁ କିଛି ଲୁଟି ନେବେ : ଅଜୟ କୁମାର

ଭୁବନେଶ୍ୱର (ସଂକେତ ଟିଭି): ଏବେଠାରୁ ଓଡ଼ିଶାକୁ ସୁଟ୍ ବୁଟ୍ ପିନ୍ଧୁଥିବା ଲୋକଙ୍କ ସୁଅ ଛୁଟିଲାଣି। ସେମାନେ ଆଗାମୀ ଓଡ଼ିଶାକୁ ସମ୍ପୂର୍ଣ୍ଣ ଲୁଟି ନେବେ। ଏଥିପାଇଁ ଏବେ ରାଜ୍ୟବାସୀ ସତର୍କ ରହିବା ଆବଶ୍ୟକ। କାରଣ ଓଡ଼ିଶାକୁ ବିଜେପି ସରକାର ଆସୁଛି । ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର ଏହା କହିଛନ୍ତି।

ସେ କହିଛନ୍ତି ଯେ ଏଥିପାଇଁ କଂଗ୍ରେସ ଲଢେଇ କରିବ। ୧୪ଜଣ ବିଧାୟକ ଏଥିପାଇଁ ଲଢ଼ିବେ । କଂଗ୍ରେସର ୧୪ ବିଧାୟକ ୧୪୦ଙ୍କସହ ସମାନ। ସେମାନେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଏବଂ ଜଙ୍ଗଲ ଜମିର ସୁରକ୍ଷା ପାଇଁ କାମ କରିବେ। କଂଗ୍ରେସ କେବେ ରାଜ୍ୟବାସୀଙ୍କ ପାଇଁ ହାତ ଛାଡ଼ିବ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଆସିଲା, ଓଡିଶାର ଅର୍ଥ ଅପଚୟ ଆରମ୍ଭ ହେବ । ଚାକିରି ଯିବ, ଘର ଯିବ, ଜମି ବି ଲୁଟହେବ। ଅପେକ୍ଷା କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। ବିଜେପିର ଏସବୁ ଗୁଣ ଯୋଗୁଁ ସେମାନେ ଓଡ଼ିଶାରେ କ୍ଷମତାରୁ ବାହାରେ ଥିଲେ। ଗୁରୁବାର ଦିନ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର ଏହା କହିଛନ୍ତି ।