LatestNewsPolitics

ଜାଣନ୍ତୁ କେଉଁଠି ଅଛନ୍ତି କାର୍ତ୍ତିକ ପାଣ୍ଡିଆନ

ନୂଆଦିଲ୍ଲୀ(ସଂକେତ ଟିଭି): ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେଡ଼ିର ବିପୁଳ ପରାଜୟ ପରେ ପାଣ୍ଡିଆନ କେଉଁ ଆଡେ ଯାଇଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏବେ ପାଣ୍ଡିଆନ୍‌ଙ୍କ ସମ୍ପର୍କରେ ଏକ ଖବର ସାମ୍ନାକୁ ଆସିଛି। ସେ ବୁଧବାର ରାତିରେ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି।

ଅନ୍ୟପଟେ, ପୂର୍ବରୁ ନିଲମ୍ବିତ ହୋଇଥିବା ଆଇପିଏସ ଡିଏସ କୁଟ୍ଟେ ଦିଲ୍ଲୀରେ ଥିବା ବେଳେ ପାଣ୍ଡିଆନ୍‌ ଏବେ ଦିଲ୍ଲୀରେ ଥିବା କୁହାଯାଉଛି। ଦିଲ୍ଲୀରେ ପାଣ୍ଡିଆନ୍‌ ଓ କୁଟ୍ଟେଙ୍କ ମଧ୍ୟରେ କି ମସୁଧା ଚାଲିଛି, ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

ମୁଖ୍ୟମନ୍ତ୍ରୀ ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ବୁଧବାର ନବୀନ ନିବାସରେ ତାଙ୍କୁ ଦଳର ନବନିର୍ବାଚିତ ବିଧାୟକମାନେ ସାକ୍ଷାତ କରିଥିଲେ। ତେବେ ଏହି ସାକ୍ଷାତ ସମୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଅନୁପସ୍ଥିତ ରହିଥିବା ସୂଚନା ମିଳିଥିଲା।

ବୈଠକ ପରେ ଗଣମାଧ୍ୟମକୁ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ପାଣ୍ଡିଆନ୍‌ଙ୍କ ବିନା ନବୀନ ସବୁ କରିପାରୁଥିବା ଆପଣ ଦେଖିଲେ ତ। ଆପଣମାନଙ୍କ ଧାରଣା ଥିଲା ପାଣ୍ଡିଆନ୍‌ଙ୍କ ବିନା ନବୀନ କିଛି କରିପାରୁନାହାନ୍ତି। ଏବେ ଆପଣମାନେ ଦେଖିଲେ ତ ନବୀନ ସବୁ କରୁଛନ୍ତି।