BusinessFeaturedGeneralLatest

ପୁଣି ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ମୁମ୍ବାଇ(ସଂକେତ ଟିଭି): କ୍ରମାଗତ ଭାବେ ଅଷ୍ଟମଥର ଲାଗି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌‌ ରେ କୌଣସି ପରିବର୍ତ୍ତନ କରିନାହାନ୍ତି । ରେପୋ ରେଟ୍‌‌ ପୂର୍ବ ଭଳି ୬ ଦଶମିକ ୫ ପ୍ରତିଶତ ରଖାଯାଇଛି । ଏହାଛଡ଼ା ସ୍ଥାୟୀ ଜମା ସୁବିଧା ଦର ୬ ଦଶମିକ ୨/୫ ପ୍ରତିଶତ ଏବଂ ଋଣ ସୁବିଧା ଦର ତଥା ବ୍ୟାଙ୍କ ଦର ୧୦ ଦଶମିକ ୭/୫ ପ୍ରତିଶତ ରଖାଯାଇଛି ।

ଶୁକ୍ରବାର ଦ୍ୱିମାସିକ ମୁଦ୍ରାନୀତି ନେଇ ସମୀକ୍ଷା କରାଯାଇଥିଲା । ଏହା ପରେ ରେପୋ ରେଟ୍‌‌ ରେ କୌଣସି ପରିବର୍ତ୍ତନ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଦ୍ରାନୀତି ସମୀକ୍ଷା କରୁଥିବା କମିଟି ଚଳିତଥର ଦୁଇଜଣ ବଦଳରେ ୪ଜଣଙ୍କ ମତରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । କମିଟି ପକ୍ଷରୁ ଆର୍ଥିକ ବିକାଶକୁ ଗତିଶୀଳ କରିବା ଏବଂ ମୁଦ୍ରାସ୍ଫୀତିକୁ ସୀମିତ ରଖିବା ଉପରେ ଜୋର୍‌‌ ଦେଇଛି । ଏହି ବୈଠକ ଜୁନ୍‌‌ ୫ରୁ ଆରମ୍ଭ ହୋଇଥିଲା ।

ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ। ୨୦୨୪- ୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବା ନେଇ ଆକଳନା କରାଯାଇଛି।

ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍‌ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍‌ ବଢିଲେ ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଏବଂ ପର୍ସନାଲ ଲୋନ୍‌ ଉପରେ ସୁଧ ହାର ବୃଦ୍ଧି ପାଇବ। ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ।