FeaturedGeneralLatestPolitics

ଏନଡିଏର ନେତା ନିର୍ବାଚିତ ହେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ(ସଂକେତ ଟିଭି): ନରେନ୍ଦ୍ର ମୋଦୀ ଏନଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ସମ୍ବିଧାନ ଭବନରେ ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳର ବୈଠକରେ ମୋଦୀଙ୍କୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ କରାଯାଇଛି । ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବସମ୍ମତି କ୍ରମେ ପାସ୍ ହେଇଥିଲା । ଏହି ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ବିଭିନ୍ନ ଦଳର ନେତା ସାମିଲ ଥିଲେ । ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ପରେ ସେ ମଧ୍ୟ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ ଜଣାଇଥିଲେ। ଏହାପରେ ଏନଡିଏ ସରକାର ଗଢ଼ିବା ପାଇଁ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ନରେନ୍ଦ୍ର ମୋଦୀ ଜୁନ୍ ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି।