EntertainmentLatest

ଋଷଭ ପନ୍ତ-ଉର୍ବଶୀ ରୌତେଲା ମୁହାଁମୁହିଁ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟର ଋଷଭ ପନ୍ତ ଖେଳ ବ୍ୟତୀତ ଅନ୍ୟ ପ୍ରସଙ୍ଗରେ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି । ପନ୍ତଙ୍କ ନାଁ ପୂର୍ବରୁ ହିଁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହିତ ଜଡ଼ି଼ତ ରହିଛି ଏବଂ ଚର୍ଚ୍ଚାକୁ ଆସିଛି । ଏବେ ଅଭିନ୍ରେତୀ ସାମାଜିକ ଗଣମାଧ୍ୟମ ଜରିଆରେ ପନ୍ତଙ୍କୁ ଟାର୍ଗେଟ କରୁଛନ୍ତି । ଉର୍ବଶୀଙ୍କ ଏକ ସାକ୍ଷାତକାର ପରେ ପନ୍ତ ଓ ସେ ଜଣେ ଅନ୍ୟକୁ ଲଗାତାର ସାମାଜିକ ଗଣମାଧ୍ୟମରେ ବୟାନ ଦେଉଛନ୍ତି ।

ଉର୍ବଶୀ ରୌତେଲା ପୁଣି ଥରେ ଋଷଭ ପନ୍ତଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆରପି ତାଙ୍କୁ ଭେଟିବା ପାଇଁ ଅନେକ ଉଦ୍ୟମ କରିଛନ୍ତି । ଉର୍ବଶୀଙ୍କ କହିବା ଅନୁସାରେ ଋଷଭ ପନ୍ତ ତାଙ୍କୁ ୧୬ରୁ ୧୭ ଥର ମିସ୍‌ଡ କଲ ଦେଇଥିଲେ । ସେ ଯେତେବେଳେ ବାରାଣସୀରୁ ଦିଲ୍ଲୀ ଶୁଟିଂଗ ପାଇଁ ଆସିଥିଲେ, ସେହି ସମୟରେ ମିଷ୍ଟର ଆରପି ମୋତେ ଭେଟିବାକୁ ଆସିଥିଲେ । ସେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । କିନ୍ତୁ ମୁଁ ଶୋକୁ ଯାଇଥିଲି ଏବଂ ପରେ ଜାଣିବାକୁ ପାଇଥିଲି ଯେ, ମୋର ଫୋନକୁ ୧୬ରୁ ୧୭ ଥର ମିସ୍‌ଡ କଲ ଆସିଥିଲା । କିନ୍ତୁ ମୁଁ ପରେ କହିଥିଲି ଯେ, ଆପଣ ଯେତେବେଳେ ମୁମ୍ବାଇ ଆସିବେ, ସେହି ସମୟରେ ଦେଖା ହେବ । ଉର୍ବଶୀ ଏହି କଥା ଉପରେ ମତ ରଖି ଲେଖିଥିଲେ, ସାନ ଭାଇ ବ୍ୟାଟ୍ ଏବଂ ବଲ୍ ଖେଳିବା ଉଚିତ । ମୁଁ ମୁନ୍ନି ନୁହଁ ଯେ
ଛୋଟ ପିଲା ପାଇଁ ବଦନାମ ହେବି । ଏଥିସହ ସେ ହ୍ୟାସଟ୍ୟାଗ୍‌ରେ ରାକ୍ଷୀପୂର୍ଣ୍ଣିମାର ଶୁଭେଚ୍ଛା । ଆର୍ ଛୋଟୁ ଭାଇ ବୋଲି ଲେଖିଛନ୍ତି ।

ଏବେ ଅଭିନେତ୍ରୀଙ୍କ ଏହି ଟୁଇଟ୍ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ଏହାପରେ ପନ୍ତ ଇନ୍‌ଷ୍ଟାଗ୍ରାମରେ ଲେଖିଥିଲେ, ଏହା ବେଶ ମଜାଦାର । କିଭଳି ଭାବେ ଲୋକମାନେ ସାମାନ୍ୟ ଲୋକପ୍ରିୟତା ପାଇବା ଲାଗି ସାକ୍ଷାତକାରରେ ମିଛ କୁହନ୍ତି । ଦୁଃଖର କଥା କିଛି ଲୋକ ନାଁ ଏବଂ ଖ୍ୟାତି ଲାଗି ବହୁତ ଭୋକିଲା । ଭଗବାନ ସେମାନଙ୍କ ଉପରେ ସର୍ବଦା ଅନୁଗ୍ରହ ରଖନ୍ତୁ । ହ୍ୟାସଟ୍ୟାଗ୍‌ରେ ‘ମୋତେ ଅନୁସରଣ କରିବା ଛାଡ଼ିଦିଅ ଭଉଣୀ । ମିଛର ମଧ୍ୟ ସୀମା ଅଛି ବୋଲି ଲେଖିଥିଲେ । କହିରଖୁଛୁ, ପନ୍ତ ଏବଂ ଉର୍ବଶୀ ପରସ୍ପରକୁ ଡେଟ୍ କରୁଥିବା ନେଇ ଖବର ୨୦୧୮ରୁ ଶୁଣବାକୁ ମିଳୁଥିଲା । ଉଭୟ କିଛି ଦିନ ଧରି ଡେଟ୍ କରିବା ପରେ ସହମତିରେ ଅଲଗା ହୋଇଯାଇଥିଲେ । ଏପରିକି ପନ୍ତ ପରେ ଅଭିନେତ୍ରୀଙ୍କୁ ହ୍ୱାଟ୍ସଆପ୍‌ରେ ବ୍ଲକ କରିଦେଇଥିବା
କୁହାଯାଇଥିଲା ।