BusinessFeaturedLatest

ମହଙ୍ଗା ହେବାକୁ ଯାଉଛି ଟାଟା ଲୁଣ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ମହଙ୍ଗା ମାଡ଼ରେ ଏବେ ଟାଟା କମ୍ପାନୀ ଲୁଣର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଟାଟା କଂଜ୍ୟୁମର ଏମଡି ଏବଂ ସିଇଓ ସୁନୀଲ ଡିସୁଜା ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଟାଟା ଲୁଣ ଉପରେ ମୁଦ୍ରାସ୍ପିତି ଚାପ ଲଗାତାର ଜାରି ରହିଛି । ଏମିତିରେ ମାର୍ଜିନକୁ ସୁରକ୍ଷା ଦେବା ପାଇଁ ଆମକୁ ଲୁଣ ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରସ୍ତୁତି କରୁଛୁ ।

ସେ କହିଛନ୍ତି ଯେ ଲୁଣ ମୂଲ୍ୟକୁ ଦୁଇଟି ଉପାଦାନ ଉପରେ ଆଧାରିତ । ଏଥିରେ ପ୍ରଥମ ବ୍ରାଇନ୍ ଏବଂ ଅନ୍ୟଟି ହେଉଛି ଏନର୍ଜୀ । ବ୍ରାଇନ ମୂଲ୍ୟ ସ୍ଥିର ରହିଥିବାବେଳେ ଏନର୍ଜୀ ବା ଶକ୍ତିର ମୂଲ୍ୟ ଉଚ୍ଚ ସ୍ତରକୁ ପହଞ୍ଚିଯାଇଛି । ଏଥିପାଇଁ ଲୁଣର ମାର୍ଜିନ୍ ଉପରେ ଚାପ ଦେଖିବାକୁ ମିଳିଛି । ଟାଟା କଂଜ୍ୟୁମର ସିଇଓଙ୍କ ଅନୁସାରେ, ଏହା ହେଉଛି ସବୁଠାରୁ ବଡ଼ କାରଣ, କି କମ୍ପାନୀ ଟାଟା ଲୁଣ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରିଛି ।

ସେ ଏହି ସମ୍ପର୍କରେ କୌଣସି ଖୁଲାସା କରିନାହାନ୍ତି କି ଲୁଣ ମୂଲ୍ୟ କେତେ ବୃଦ୍ଧି ହେବ ଏବଂ କେବେ ହେବ । ଏବେ ଟାଟା ଲୁଣର ଗୋଟିଏ କିଲୋ ପ୍ୟାକେଟ୍ ୨୮ ଟଙ୍କାରେ ଉପଲବ୍ଧ । ସବୁଠାରୁ ଅଧିକ ବିକ୍ରି ହେଉଥିବା ଏହି ଲୁଣ ମହଙ୍ଗା ହେବା ପୂର୍ବରୁ ମହଙ୍ଗା ମାଡ଼ ସହୁଥିବା ଲୋକଙ୍କ ରୋଷେଇ ବଜେଟ୍ ଆହୁରି ବିଗାଡ଼ିବ ।

ବୁଧବାରକୁ ଟାଟା କଂଜ୍ୟୁମର ପ୍ରଥମ ତ୍ରୈମାସିକର ଫଳାଫଳ ଘୋଷଣା କରିଛି । ଜୁନ ତ୍ରୈମାସିକରେ କମ୍ପାନୀର ଲାଭ ବାର୍ଷିକ ଆଧାରରେ ୩୮ ପ୍ରତିଶତ ବଢ଼ି ୨୫୫ କୋଟି ଟଙ୍କା ପହଞ୍ଚିଯାଇଛି । କମ୍ପାନୀ ସିଇଓଙ୍କ ମୂଲ୍ୟ ବୃଦ୍ଧି ସଙ୍କେତ, ନିଶ୍ଚିତ ଭାବେ ଖାଇବା ସ୍ୱାଦ ବିଗାଡ଼ିବାକୁ ପ୍ରସ୍ତୁତି ହୋଇସାରିଛି ।