FeaturedLatestSports

ଏସିଆ କପ ପାଇଁ ଘୋଷଣା ହେଲା ତାରିଖ, ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଏସିଆ କପକୁ ନେଇ ଆସିଛି ବଡ ଖବର । ଏଥର ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସିଆ କପ୍ । ଯେଉଁଥିରେ ପାକିସ୍ତାନରେ ମାତ୍ର ଚାରିଟି ମ୍ୟାଚ୍ ଖେଳାଯିବ ଏବଂ ଅବଶିଷ୍ଟ ୯ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ଯାଏ ଏସିଆ କପ ମ୍ୟାଚ୍‌ ଖେଳାଯିବ ବୋଲି ଆଇସିସି ସୂଚନା ଦେଇଛି ।

ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳର ଦଳ ମୋଟ ୧୩ ଟି ମ୍ୟାଚ୍‌ ଖେଳିବେ। ଏହି ଟୁର୍ନାମେଣ୍ଟ ଏଥର ହାଇବ୍ରିଡ ମଡେଲରେ ଆୟୋଜିତ ହେବ, ଯେଉଁଥିରେ ପାକିସ୍ତାନରେ ମାତ୍ର ଚାରିଟି ମ୍ୟାଚ୍ ଖେଳାଯିବ ଏବଂ ଅବଶିଷ୍ଟ ୯ ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ। ଆଇସିସି ସିଇଓ ଜେଓଫ୍ ଏଲର୍ଡିସ୍ ଏବଂ ଚେୟାରମ୍ୟାନ୍ ଗ୍ରେଗ୍ ବାର୍କେଲ, ପିସିବି ଅଧ୍ୟକ୍ଷ ନଜର ସେଠୀଙ୍କ ସହ ମିଶି ଏନେଇ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଏସିଆ କପ୍ ହାଇବ୍ରିଡ୍ ମଡେଲରେ ଖେଳାଯିବ ବୋଲି ଜଣାପଡିଛି । ତେବେ ଏଥର ଏସିଆ କପ୍ ଆୟୋଜନ ପାକିସ୍ତାନ ପାଖରେ ଥିଲା । ହେଲେ ଟିମ୍ ଇଣ୍ଡିଆ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ଯାହା ପରେ ଏହି ପ୍ରସଙ୍ଗକୁ ନେଇ ବିବାଦ ଠିଆ ହେଇଥିଲା । ତେବେ ବହୁ ବାଦ୍ ବିବାଦ ପରେ ଏବେ ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ନିଷ୍ପତ୍ତି ହେଇଛି ।