EntertainmentFeaturedLatest

ଅମୀର ଖାନଙ୍କ ଫିଲ୍ମ “ଲାଲ ସିଂ ଚଢା’କୁ ପ୍ରଶଂସା କଲା ହଲିଉଡ୍ ସିନେମା

ମୁମ୍ବାଇ : (ସଂକେତ୍ ଟିଭି) ଅମୀର ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ “ଲାଲ ସିଂହ ଚଡ୍ଡା’ । ନିକଟରେ ରିଲିଜ୍ ହୋଇଛି । ଓସ୍କାର ବିଜେତା ହଲିଉଡ ଫିଲ୍ମ”ଫରେଷ୍ଟ ଗମ୍ପ’ର ଅଫିସିଆଲ୍ ହିନ୍ଦୀ ରିମେକ୍ । ଏହି ଫିଲ୍ମରେ ଟମ୍ ହ୍ୟାଙ୍କ୍ସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବର୍ତ୍ତମାନ ଓସ୍କାର ଅମୀର ଖାନଙ୍କ ଫିଲ୍ମକୁ ସପୋର୍ଟ କରିଛି । ଓସ୍କାରର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ ଭିଡିଓ ସେୟାର କରି “ଲାଲ ସିଂହ ଚଡ୍ଡା’ କୁ ସମର୍ଥନ କରାଯାଇଛି ।

ଏହି ଭିଡିଓରେ “ଫରେଷ୍ଟ ଗମ୍ପ’ ଏବଂ’ ଲାଲ ସିଂହ ଚଡ୍ଡାର’ର କିଛି ଝଲକ ଦେଖିବାକୁ ମିଳୁଛି । ଭିଡିଓ ସେୟାର କରି ଅମୀର ଖାନଙ୍କ ଫିଲ୍ମ ପାଇଁ ଓସ୍କାର ହ୍ୟାଣ୍ଡେଲରେ ଏକ ଲମ୍ବା ପୋଷ୍ଟ ଲେଖାଯାଇଛି । ପୋଷ୍ଟରେ ଲେଖାଯାଇଛି , “ଫରେଷ୍ଟ ଗମ୍ପ ଲାଲ ସିଂହ ଚଡ୍ଡା, ରୋବର୍ଟ ଜେମେକିସ୍ ଏବଂ ଏରିକ ରୋଥଙ୍କ ଏକ ଏପରି ବ୍ୟକ୍ତିଙ୍କ କାହାଣୀ । ଯିଏକି ସରଳ ଦୟା ସହିତ ଜଗତକୁ ପରିବର୍ତ୍ତନ କରନ୍ତି । ଅମୀର ଖାନ, ଅଦ୍ୱେତ ଚନ୍ଦନ ଏବଂ ଅତୁଲ କୁଲକର୍ଣ୍ଣିଙ୍କ ଲାଲ ସିଂହ ଚଡ୍ଡା ଆଡାପ୍ଟେସନ୍ରେ ଟମ୍ ହ୍ୟାଙ୍କ୍ସଙ୍କ ଟାଇଟଲ୍ ଭୂମିକାରେ ଅଭିନୟ କରୁଛନ୍ତି ।

ସୋସିଆଲ ମିଡିଆରେ “ଲାଲ ସିଂହ ଚଡ୍ଡା’ ସହ ଜଡିତ ଏହି ଭିଡିଓ ପୋଷ୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଅନେକ ସୋସିଆଲ ମିଡିଆ ୟୁଜର୍ସ ଏବଂ ଆମୀର ଖାନଙ୍କ ଫ୍ୟାନ୍ସ ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି ।

ସେପଟେ ଦେଶରେ ଲାଲ୍ ସିଂ ଚଢାକୁ ନେଇ ବିରୋଧ ପ୍ରଦର୍ଶନ ପାଇଁ ବକ୍ସ ଅଫିସ୍ ଭଲ କଲେକସନ୍‌ ହୋଇପାରିନାହିଁ । ଏଥିପାଇଁ ନିର୍ମାତାମାନେ ଭୋଗୁଛନ୍ତି। କିନ୍ତୁ ବିଦେଶରେ ଏହି ଦୃଶ୍ୟ ଦେଖିବାକୁ ମିଳି ନାହିଁ। ରିପୋର୍ଟ ଅନୁଯାୟୀ, ଲାଲ ସିଂ ଚଢା ବିଦେଶୀ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛନ୍ତି। ରିଲିଜ୍ ହେବାର ମାତ୍ର ଚାରି ଦିନ ମଧ୍ୟରେ ଲାଲ ସିଂ ଚଢା ୨୦୨୨ ବର୍ଷର ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। କେବଳ ଏତିକି ନୁହେଁ, ବିଦେଶରେ ଏହି ଚଳଚ୍ଚିତ୍ରର ରୋଜଗାରର ଆକଳନ ମଧ୍ୟ ଭାରତୀୟ ବକ୍ସ ଅଫିସ୍ ରୋଜଗାରକୁ ପରାସ୍ତ କରିଛି ।

ବିଦେଶରେ ଲାଲ ସିଂ ଚଢାର କଲେକସନ୍‌-

ପ୍ରଥମ ଦିନ – ୮.୨୦ କୋଟି ।

ଦ୍ବିତୀୟ ଦିନ – ୧୩.୪୦ କୋଟି

ତୃତୀୟ ଦିନ- ୯.୪୦ କୋଟି ।

ଚତୁର୍ଥ ଦିନ ପାଖାପାଖି ୧୩.୨୫ କୋଟି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଆୟ – ୪୩.୨୫ କୋଟି।

ତାରନ୍ ଆଦର୍ଶଙ୍କ ଦ୍ବାରା ପ୍ରକାଶିତ କଲେକସନ୍‌ ଅନୁଯାୟୀ ଅମୀର ଖାନ୍‌ଙ୍କ ଫିଲ୍ମ ଲାଲ ସିଂ ଚଢା ଭାରତରେ ରିଲିଜ୍ ଦିନ ୧୧.୭୦ କୋଟି ଟଙ୍କା ଆୟ କରିଥିଲା। ଏହା ପ୍ରଥମ ସପ୍ତାହରେ ମୋଟ ୨୮ କୋଟି ୪୬ଲକ୍ଷ ଟଙ୍କା ବ୍ୟବସାୟ କରିଛି।