FeaturedLatestSports

ମହମ୍ମଦ ସାମିଙ୍କୁ ମିଳିବ ଅର୍ଜୁନ ପୁରସ୍କାର,  ୨ କ୍ରୀଡ଼ାବିତଙ୍କୁ ଖେଳରତ୍ନ

ନୂଆଦିଲ୍ଲୀ (ସଂକେତ ଟିଭି) :ଚଳିତବର୍ଷ ପାଇଁ ଭାରତୀୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଯାଇଛି । ୨ ଜଣ କ୍ରୀଡ଼ାବିତଙ୍କୁ ମିଳିବ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ଏହାସହିତ ୨୬ ଜଣ ଅର୍ଜୁନ ପୁରସ୍କାର ସମ୍ମାନିତ ହେବେ । ତେବେ ଇଣ୍ଡିଆନ୍ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମୀ ମଧ୍ୟ ଏହି ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି । ଶାମୀଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜାଣିବାକୁ ମିଳିଛି । ଏହାବ୍ୟତୀତ ହକିର ଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ୨ ଜଣ ବ୍ୟାଡମିଣ୍ଟନ ଖେଳାଳି ।

ସୂଚନା ଅନୁସାରେ, ଚଳିତବର୍ଷ ୨ ଜଣ କୀଡ଼ାବିତ୍ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କର ପ୍ରଦାନ କରାଯିବ । ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କୁ ଏହି ବଡ ପୁରସ୍କାର ମିଳିବାକୁ ଯାଉଛି । କ୍ରିକେଟ ଜଗତର ଷ୍ଟାର ବୋଲର ମହମ୍ମଦ ଶାମୀ ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ ଚୟନ ହୋଇଛନ୍ତି । ଦିନିକିଆ ବିଶ୍ୱକପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପରେ ଏହି ପୁରସ୍କାର ପାଇଁ ବିସିସିଆଇ ତାଙ୍କ ନାମକୁ ସୁପାରିଶ କରିଥିଲା ।