FeaturedLatestSports

ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ବନିଲେ ମିଚେଲ ଷ୍ଟାର୍କ

ନୂଆଦିଲ୍ଲୀ (ସଂକେତ ଟିଭି) ଆଇପିଏଲ ୨୦୨୪ ପାଇଁ ନିଲାମୀରେ ମିଚେଲ ଷ୍ଟାର୍କଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି। ଯାହା ଫଳରେ ଷ୍ଟାର୍କ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ବନିଛନ୍ତି। ତାଙ୍କ ପୂର୍ବରୁ ବିଶ୍ବବିଜୟୀ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନିଥିଲେ। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଏହାର କିଛି ସମୟ ପରେ ମିଚେଲ୍ ଷ୍ଟାର୍କ ତାଙ୍କୁ ଟପି ୨୪.୭ କୋଟିରେ ବିକ୍ରି ହେଇଛନ୍ତି ।

ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କଙ୍କୁ ପ୍ରଥମେ ମୁମ୍ବାଇ ଏବଂ ଦିଲ୍ଲୀ ୯.୬୦ କୋଟି ଟଙ୍କାରେ କିଣିବା ପାଇଁ ବିଡ୍ କରିଥିଲେ। ଏହା ପରେ ଗୁଜୁରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ବିଡ୍ କରିବା ଆରମ୍ଭ କରିଥିଲେ। ଷ୍ଟାର୍କଙ୍କୁ ନେବା ପାଇଁ ଗୁଜରାଟ ଟାଇଟନ୍ସ ଓ କୋଲକାତା ମଧ୍ୟରେ ଜୋରଦାର ଟକ୍କର ଲାଗିଥିଲା। ରେକର୍ଡ ପରେ ରେକର୍ଡ ସୃଷ୍ଟି ହୋଇଥିଲା। ଗୁଜରାଟ ୨୪.୫୦ କୋଟି ଯାଏ ନିଲାମୀ ଡାକିଥିଲା। କିନ୍ତୁ ଶେଷରେ ଷ୍ଟାର୍କଙ୍କୁ କୋଲକାତା ୨୪.୭୫ କୋଟି ଟଙ୍କାରେ କିଣିଛି।

ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିଅର ଲିଗ୍‌ (ଆଇପିଏଲ୍‌)ର ୭୭ଟି ସ୍ଥାନ ପାଇଁ ୩୩୩ ଖେଳାଳି ସାମିଲ ହୋଇଛନ୍ତି। ଯେଉଁଥିରେ ୨୧୪ଜଣ ଭାରତୀୟ ଓ ୧୧୯ଜଣ ବିଦେଶୀ ରହିଛନ୍ତି। ସେହିଭଳି ଏମାନଙ୍କ ମଧ୍ୟରୁ ୧୧୬ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିସାରିଥିବାବେଳେ ୨୧୫ଜଣ ଅନ୍‌କ୍ୟାପଡ୍‌ ଖେଳାଳି ସ୍ଥାନ ପାଇଛନ୍ତି।