LatestNewsPolitics

ଓଆରଏଚଡିସି ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ସଂକେତ ଟିଭି): ଓଏଚଆରଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ । କୋର୍ଟ ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କରିଛନ୍ତି । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ମୋକିମ ସୁପ୍ରିମକୋର୍ଟ ଯାଇଥିଲେ। ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ୩ବର୍ଷ ଦଣ୍ଡାଦେଶ କରିଥିଲେ ।

ଭିଜିଲାନ୍ସ ଦଣ୍ଡାଦେଶ ଉପରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହା ଭିତରେ ତାଙ୍କୁ ଗିରଫ କରିବାକୁ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି । ତେବେ ଜାମିନ ପରେ ବି ନିୟମ ଅନୁସାରେ ମୋକିମ୍ ନିର୍ବାଚନ ଲଢିପାରିବେ ନାହିଁ ।

ସୂଚନା ଅନୁସାରେ, ହାଇକୋର୍ଟ ଗତ କିଛିଦିନ ତଳେ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ସେତେବେଳେ ନାମାଙ୍କନ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ । ଏଣୁ ହାଇକୋର୍ଟଙ୍କ ରାୟ ବିରୋଧରେ ମହମ୍ମଦ ମୋକିମ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । ୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଥିଲେ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ନିର୍ଦ୍ଧାରିତ ଫର୍ମ ଅନୁଯାୟୀ ମନୋନୟନ ପତ୍ର ଦାଖଲ କରିନଥିଲେ। ତାଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ତ୍ୱେ ସତ୍ୟପାଠରେ ଦର୍ଶାଇନଥିଲେ ମୋକିମ୍ । ଏହି ଅଭିଯୋଗ ଆଣି ନିର୍ବାଚନ ଫଳ ଘୋଷଣା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦେବାଶିଷ ସାମନ୍ତରାୟ । ଅଭିଯୋଗକୁ କୋର୍ଟ ଗ୍ରହଣ କରିବା ସହ ମାମଲାର ଶୁଣାଣି କରି ରାୟ ଶୁଣାଇଥିଲେ ହାଇକୋର୍ଟ । ନିର୍ବାଚନ ଅସିଦ୍ଧ ବୋଲି କହିବା ସହ ମୋକିମଙ୍କ ବିଧାୟକ ପଦକୁ ରଦ୍ଦ ଘୋଷଣା କରିଥିଲେ। ମହମ୍ମଦ ମୋକିମଙ୍କୁ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ, ଏସ୍ ମୁରଲୀଧର ଏବଂ ପୀତାମ୍ବର ଆଚାର୍ଯ୍ୟ ସୁପ୍ରିମକୋର୍ଟରେ ଲଢୁଛନ୍ତି।