EntertainmentFeaturedLatestPolitics

ବିଜେପି ଟିକେଟରେ ନିର୍ବାଚନ ଲଢିବେ କଙ୍ଗନା ରଣାୱତ

ମୁମ୍ବାଇ (ସଂକେତ ଟିଭି) : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ ଆସନ୍ତା ଲୋକସଭା ନିର୍ବାଚନ ଲଢିବେ। ଏହି ଖବର ଚାରିଆଡେ ଆଲୋଚନା ହେଉଥିବା ବେଳେ ବର୍ତ୍ତମାନ ତାଙ୍କ ପିତା ଏହାକୁ କନଫର୍ମ କରିଛନ୍ତି । ସେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କଙ୍ଗନାଙ୍କ ପିତା ସ୍ୱୀକାର କରିଛନ୍ତି। ତେବେ ଝିଅ କଙ୍ଗନା କେଉଁଠାରୁ ନିର୍ବାଚନ ଲଢିବେ ସେନେଇ ବିଜେପି ନିଷ୍ପତ୍ତି ନେବ ବୋଲି ପିତା କହିଛନ୍ତି।

କଙ୍ଗନାଙ୍କ ପିତା ଅମରଦୀପ ସ୍ପଷ୍ଟ କରିଛନ୍ତି ଯେ କଙ୍ଗନା କେବଳ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ, କିନ୍ତୁ ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ସେନେଇ ଦଳ ନିଷ୍ପତ୍ତି ନେବ। କଙ୍ଗନା ଦୁଇ ଦିନ ପୂର୍ବେ କୁଲୁସ୍ଥିତ ତାଙ୍କ ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ବୈଠକର ଫଟୋ ଦେଖିବା ପରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଚର୍ଚ୍ଚା ଜୋର ଧରିଛି।।

କଙ୍ଗନା ଆରଏସଏସର ଏକ କାର୍ଯ୍ୟକ୍ରମକୁ ଆସିଥିଲେ। ଗତ ସପ୍ତାହରେ ହିମାଞ୍ଚଳର ବିଳାସପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନର ଏକ ସାମାଜିକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବି କଙ୍ଗନା ଅଂଶଗ୍ରହଣ କରିଥିଲେ। ମାଙ୍ଗି ଲୋକସଭା ଆସନ କିମ୍ବା ଚଣ୍ଡିଗଡ଼ରୁ କଙ୍ଗନା ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆଲୋଚନା ହେଉଛି।