FeaturedLatestSports

ଏସିଆନ ଗେମ୍ସ ୨୦୨୩ରେ ସିଧାସଳଖ କ୍ବାଟର ଫାଇନାଲ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ:(ସଂକେତ ଟିଭି) ଆସନ୍ତା ମଙ୍ଗଳବାରଠାରୁ ଏସିଆନ ଗେମ୍ସ ୨୦୨୩ ଆରମ୍ଭ ହେବ। ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବ। ଗ୍ରୁପ ମ୍ୟାଚରେ ବିଜୟ ହାସଲ କରିଥିବା ଦଳଗୁଡିକ ପଏଣ୍ଟ ଆଧାରରେ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇବେ।

ଏସିଆନ ଗେମ୍ସରେ ମହିଳା କ୍ରିକେଟର ପ୍ରଥମ ମ୍ୟାଚ ଇଣ୍ଡୋନେସିଆ ଏବଂ ମଙ୍ଗୋଲିଆ ମଧ୍ୟରେ ହେବ। ଯେଉଁଠାରେ ଟିମ ଇଣ୍ଡିଆ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବ। ଭାରତ ସହିତ ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କାର ଦଳ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ମହିଳା ଦଳର ମ୍ୟାଚ ୨୧ ସେପ୍ଟେମ୍ବରରେ ହେବ। ତେବେ ପାକିସ୍ତାନର ମଧ୍ୟ ମୁକାବିଲା ସେହି ଦିନ ମଧ୍ୟ ଅନୁଷ୍ଠିତ ହେବ। ଯଦି ଭାରତୀୟ ମହିଳା ଦଳ ଜିତେ ତେବେ ସେପ୍ଟେମ୍ବର ୨୪ରେ ସେମିଫାଇନାଲ ମ୍ୟାଚ ଖେଳିବ। ଏହା ପରେ ୨୫ ସେପ୍ଟେମ୍ବରରେ ଫାଇନାଲ ମ୍ୟାଚ ଖେଳାଯିବ।

ସେହିପରି ପୁରୁଷ କ୍ରିକେଟ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏଥିରେ ନେପାଳ ଏବଂ ମଙ୍ଗୋଲିଆ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏଥିରେ ଟିମ ଇଣ୍ଡିଆର କ୍ୱାର୍ଟର ଫାଇନାଲ ମ୍ୟାଚ ୩ ଅକ୍ଟୋବରରେ ଅନୁଷ୍ଠିତ ହେବ। ଏଥିରେ ମଧ୍ୟ ଭାରତ ସହିତ ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶର ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛନ୍ତି। ପୁରୁଷ କ୍ରିକେଟର ସେମିଫାଇନାଲ ମ୍ୟାଚ ୬ ଅକ୍ଟୋବରରେ ଖେଳାଯିବ । ଏହାର ଫାଇନାଲ ମ୍ୟାଚ ୭ ଅକ୍ଟୋବରରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଋତୁରାଜ ଗାୟକୱାଡଙ୍କୁ ଭାରତୀୟ ପୁରୁଷ ଦଳର ଅଧିନାକୟ କରାଯାଇଛି।