FeaturedLatestNewsPolitics

ଆସିଲା ବିଜେପିର ଆଉ ଏକ ପ୍ରାର୍ଥୀ ତାଲିକା, ଖୋର୍ଧାରୁ ପ୍ରଶାନ୍ତ ଜଗଦେବ

ଭୁବନେଶ୍ବର (ସଂକେତ ଟିଭି) : ଆସିଲା ବିଜେପିର ପ୍ରାର୍ଥୀ ତାଲିକା । ଆଠଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ କୁମାାର ଜଗଦ୍ଦେବ ଓଡ଼ିଶା ସପ୍ତଦଶ ବିଧାନସଭା ନିର୍ବାଚନରେ ଖୋର୍ଦ୍ଧାରୁ ଲଢ଼ିବେ। ଖୋର୍ଦ୍ଧାରେ କାଲୁ ଖଣ୍ଡାୟତଙ୍କ ସ୍ଥାନରେ ବିଜେପି ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଭରସା କରିଛି।

ସେହିପରି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଗୀତାଞ୍ଜଳି ସେଠୀ ଓ ଅଭିନେତା ଅରିନ୍ଦମ ରାୟଙ୍କୁ ମଧ୍ୟ ବିଜେପି ଟିକେଟ୍‌ ଦେଇଛି। କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ଓ ସାଲେପୁରରୁ ଅରିନ୍ଦମ ପ୍ରାର୍ଥୀ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଯିଏକି କିଛି ଦିନ ପୂର୍ବରୁ ବିଜେଡି ଛାଡ଼ିଥିଲେ ତାଙ୍କୁ ବିଜେପି ସେଠାରେ ପ୍ରାର୍ଥୀ କରିଛି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ଅରୁଣ ସିଂହ ଶନିବାର ଏହି ସୂଚନା ଦେଇଛନ୍ତି।