LatestNews

ପୋଲିସ କର୍ମଚାରୀଙ୍କୁ ଟାଟୁ ମନା, ୧୫ ଦିନରେ ଟାଟୁ ନଲିଭାଇଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର (ସଂକେତ ଟିଭି): ପୋଲିସ କର୍ମଚାରୀଙ୍କ ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କମିଶନରେଟ ଡିସିପି (ସିକ୍ୟୁରିଟି) ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ଯବାନମାନଙ୍କୁ ଟାଟୁ କରିବାକୁ ମନା କରାଯାଇଛି । ସେମାନଙ୍କ ଦେହରେ ଟାଟୁ ଥିଲେ ୧୫ ଦିନର ଭିତରେ ଲିଭାଇବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ନଚେତ୍ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଥିରେ ୯ ତାରିଖରୁ ଆସନ୍ତା ୧୫ ଦିନ ମଧ୍ୟରେ ଦେହରେ ଥିବା ଟାଟୁ ସମ୍ପୂର୍ଣ୍ଣ ଲିଭାଇବାକୁ ଯବାନଙ୍କୁ କୁହାଯାଇଛି । ବର୍ଦ୍ଦି ବାହାରକୁ ଟାଟୁ ଦେଖାଗଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି । ଏନେଇ ସମସ୍ତ ଏସଏସବି ଯବାନ ଓ ଇନଚାର୍ଜ ଅଫିସରଙ୍କୁ ଅବଗତ କରାଯାଇଛି ।

ମିନି ଜିମ୍ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବ ନାହିଁ । ଡ୍ୟୁଟି ସମୟରେ ଖାକି ସହ ଟାଟୁର ଚିତ୍ର ଆଖିକୁ ଦୃଶ୍ୟମାନ ହେବା ଅନୁମତି ନାହିଁ । ଯବାନଙ୍କ ଦେହରେ ଟାଟୁ ବାଟାଲିୟନର ଭାବମୂର୍ତ୍ତି ଓ ଓଡ଼ିଶା ପୋଲିସର ଅକ୍ଷୁର୍ଣ୍ଣତାକୁ ଖରାପ କରୁଛି । ତେଣୁ ଏଭଳି ଏକ ଶୃଙ୍ଖଳିତ ଖାକି ବର୍ଦ୍ଦି ପିନ୍ଧୁଥିବା ଯବାନମାନେ ଯେପରି ଟାଟୁ ପାଇଁ ଯବାନଙ୍କ ବେଶରେ କୌଣସି ଖରାପ ଚିତ୍ରଣ ନହୁଏ ସେନେଇ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ।