LatestNewsPolitics

୨୮ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ବର (ସଂକେତ ଟିଭି) : ଆସନ୍ତା ୨୮ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବୋ। ସେ ବ୍ରହ୍ମପୁରଠାରେ ନିର୍ବାଚନୀ ସଭାକୁ ଉଦବୋଧନ ଦେବେ। ବିଜେପି ନେତା ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି ।

ଜେ.ପି ନଡ୍ଡା ୨୮ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରରେ ଏକ ଜନସଭାରେ ଉଦବୋଧନ ଦେବେ। ତାପରେ ସେ ନବରଙ୍ଗପୁରକୁ ଯାଇ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ୍‍ ମେ’ ୧୩ ତାରିଖରେ ବ୍ରହ୍ମପୁର ସମେତ କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରରେ ଭୋଟ ହେଉଥିବାରୁ ଜେପିଙ୍କ ଗସ୍ତ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି।

ଅପରପକ୍ଷେ ରାଜ୍ୟରେ ପ୍ରବଳ ଗ୍ର୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓଡ଼ିଶାରେ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦନ ତଥା ସ୍ୱାଭିମାନ ଦିବସ ଅବସରରେ ଶ୍ରୀ ରାହୁଲ ଗାନ୍ଧି ଓଡ଼ିଆ ଅସ୍ମିତା, ସ୍ୱାଭିମାନ କଥା କହିବେ ବୋଲି ଆଶା କରାଯାଉଛି। କିନ୍ତୁ ଶ୍ରୀ ଗାନ୍ଧି ଦକ୍ଷିଣ ଓଡ଼ିଶା ଗସ୍ତ ନକରି କଟକ ନିଶ୍ଚିନ୍ତ କୋଇଲିଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି।