FeaturedLatestNewsPolitics

କେନ୍ଦ୍ରମନ୍ତ୍ରୀଙ୍କ କଥା ବଡ କାମ ଶୁନ୍ : ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍  

ଭୁବନେଶ୍ବର (ସଂକେତ ଟିଭି) : ଭି.କେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ସମୟରେ ସେ ଧର୍ମେନ୍ଦ୍ରଙ୍କୁ କଡା ସମାଲୋଚନା କରିଛନ୍ତି ।

କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଗତ ନିର୍ବାଚନ ସମୟରେ ଜଣେ କେନ୍ଦ୍ରମନ୍ତ୍ରୀ ଆସିଥିଲେ, ବହୁତ ବଡ ବଡ କଥା କହିଥିଲେ । ଗତ ନିର୍ବାଚନରେ ଆପଣଙ୍କ ଆଶୀର୍ବାଦରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ୫ ବର୍ଷରେ କଣ କରିଛନ୍ତି ଟିକେ ଚିନ୍ତା କରନ୍ତୁ । ୫ ବର୍ଷ ନେଲେ, କିନ୍ତୁ କିଛି କାମ କଲେନି । ଯେଉଁ କେନ୍ଦ୍ରମନ୍ତ୍ରୀ ଭୋଟ ଭିକ୍ଷା କରିଥିଲେ ତାଙ୍କର ଦେଖାଦର୍ଶନ ମିଳିଲାନି । ଉମରକୋଟ, ପାପଡାହାଣ୍ଡିରେ କେନ୍ଦ୍ରୀୟ ସ୍କୁଲଟିଏ ଖୋଲିପାରିଥାନ୍ତେ କିନ୍ତୁ କଲେ ନାହିଁ । ଏବେ ପୁଣି ଭୋଟ ମାଗିବାକୁ ଆସିଲେ ପଚାରିବେ ୫ ବର୍ଷ କେଉଁଠି ଥିଲେ ।

ପାଣ୍ଡିଆନ ଆହୁରି ମଧ୍ୟ କହିଥିଳେ ଯେ କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି । କିନ୍ତୁ ୫ ବର୍ଷ ହେଲା ଶିକ୍ଷାମନ୍ତ୍ରୀ ହେଲେଣି, ଆପଣଙ୍କ ଅଞ୍ଚଳରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲି ପାରିଲେ ନାହିଁ । ସେ ଚାହିଁଥିଲେ ନବରଙ୍ଗପୁରରେ ତିନି ଚାରିଟି କେନ୍ଦ୍ରୀୟ ବିଦ୍ୟାଳୟ କରିପାରିଥାନ୍ତେ। କିନ୍ତୁ ହୋଇପାରିଲା ନାହିଁ। ଓଡିଶା ସରକାର ୫ଟି ରେ ୮୦୦୦ରୁ ଅଧିକ ହାଇସ୍କୁଲର ରୂପାନ୍ତର କରିଛନ୍ତି।

ପାଣ୍ଡିଆନ କହିଥିଲେ ଯେ ବିକାଶ ପାଇଁ ଶାନ୍ତି ଦରକାର। ଶାନ୍ତି ଥିଲେ ପ୍ରଗତୀ ଆସେ। ଆମ ମୁଖ୍ୟମନ୍ତ୍ରୀ ଓଡିଶାରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ ବିକାଶ ହେଉଛି। ପଡୋଶୀ ରାଜ୍ୟ ଛତିଶଗଡ କଥା ଉଠାଇ ସେ କହିଲେ ଦେଖନ୍ତୁ, ସେଠାରେ ବାରମ୍ବାର ସରକାର ବଦଳୁଛି,କିନ୍ତୁ ଶାନ୍ତି ନାହିଁ ।

ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର ଉମରକୋଟ ଓ ଝରିଆଁରେ ନିର୍ବାଚନ ପ୍ରଚାର ଆରମ୍ଭ କରି ଦଳର ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ପରିମାଣର ଭୋଟଦେଇ ଜିତାଇବାକୁ ନିବେଦନ କରିଛନ୍ତି ।