FeaturedLatestNewsPolitics

କଣ୍ଟାବାଞ୍ଜି ଆସନ ପାଣ୍ଡିଆନ୍‍ଙ୍କ ପାଇଁ ବୋଲି ଅଭିଯୋଗ କଲା ବିଜେପି, ବିଜେଡି ରଖିଲା ଜବାବ୍

ଭୁବନେଶ୍ବର (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି । ଗୋଟିଏ ଆସନ ନିଜ ପାଇଁ ଏବଂ ଅନ୍ୟ ଆସନଟି ଭି. କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ ପାଇଁ ବୋଲି ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ଦଳର ଦୁଇନମ୍ବର ନେତା ଭି. କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କୁ ଗୋଟିଏ ଆସନ ଦେଇ ପଛଦ୍ୱାରରେ ତାଙ୍କୁ କ୍ଷମତା ଦେବା ଲାଗି ନବୀନ ଏହି ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିକୁ ଛାଡ଼ି କେବଳ ହିଞ୍ଜିଳିକୁ ହିଁ ରଖିବେ ବୋଲି କହିଛନ୍ତି।

ଏହି ଆକ୍ଷେପର ଜବାବ ଦେଇଛି ବିଜେଡି। ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି ଯେ ବିଜେପି ହେଉଛି ଫେକ୍‍ ନ୍ୟୁଜର ଫ୍ୟାକ୍ଟ୍ରୀ। ନେତାଙ୍କୁ ଯେଉଁ କାଗଜ ଦିଆଯାଉଛି ତାହା କେବଳ ସେମାନେ ପଢ଼ି ଦେଉଛନ୍ତି। ପରାଜୟ ଭୟରେ ଏହା ଏକ ବାଚଳାମୀ । ସମୀର ମହାନ୍ତି ରାଜ୍ୟ ସଭାପତି ଥିବା ସମୟରେ ଦଳ ଶୋଚନୀୟ ଭାବେ ହାରିଥିଲା। ଯେଉଁଥିପାଇଁ ତାଙ୍କୁ ସଭାପତି ପଦ ଛାଡ଼ିବାକୁ ପଡ଼ିଥିଲା। ଆଜି ବି ସେ ସେହି ଶକ୍ତ ଧକ୍କାରୁ ମୁକୁଳି ନପାରି ମିଳିଥିବା ଆଲେଖ୍ୟକୁ ଶୁଆ ପରି ପଢ଼ୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।