FeaturedLatestNews

ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ଭୁବନେଶ୍ବର (ସଂକେତ ଟିଭି) : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି । ନିର୍ବାଚନୀ ପ୍ରଚାର ପାଇଁ ନବରଙ୍ଗପୁର ଗସ୍ତରେ ଆସିଥିବାବେଳେ ପାଣ୍ଡିଆନଙ୍କ ହେଲିକେପ୍ଟର ଜାଞ୍ଚ କରାଯାଇଛି ।

ପାଣ୍ଡିଆନ ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ରରେ ଆଜି ପ୍ରଚାର କରିଛନ୍ତି । ପ୍ରଥମେ ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ମ୍ୟୁନିସିପାଲିଟି ଠାରେ ନିର୍ବାଚନୀ ସଭାରେ ଯୋଗ ଦେବାକୁ ଆସିବା ସମୟରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ପାଣ୍ଡିଆନ ଆସିଥିବା ହେଲିକପ୍ଟରକୁ ଉମରକୋଟ ବିଡିଓ ତଥା ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ ଓ ଅତରିକ୍ତ ତହସିଲଦାର ଯାଞ୍ଚ କରିଥିବା ଦେଖିବାକୁ ମିଳିଥିଲା । ଯାଞ୍ଚ ପରେ ହେଲିକପ୍ଟରକୁ ଯିବାକୁ ଦିଆଯାଇଥିଲା ।