FeaturedGeneralLatestPolitics

‘ବିକଶିତ ଭାରତ’ ବାର୍ତ୍ତା ଶେୟାର କରିବା ବନ୍ଦ କରିବାକୁ ନିର୍ଦେଶ ଦେଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ (ସଂକେତ ଟିଭି) : କେନ୍ଦ୍ର ସରକାରଙ୍କୁ ନିର୍ବାଚନ ଆୟୋଗ ଗୁରୁବାର ଏକ ବଡ ଝଟକା ଦେଇଛନ୍ତି । ‘ବିକଶିତ ଭାରତ ସମ୍ପର୍କ’ ଅଧୀନରେ ହ୍ବାଟସ ଆପ ବାର୍ତ୍ତା ତୁରନ୍ତ ବନ୍ଦ କରିବାକୁ ଆୟୋଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ବୁଧବାର ‘ବିକଶିତ ଭାରତ ସମ୍ପର୍କ’ ଅଧୀନରେ ବହୁ ସଂଖ୍ୟକ ଲୋକଙ୍କୁ ହ୍ବାଟସ ଆପ ବାର୍ତ୍ତା ପଠାଯାଇଥିଲା। ଏହି ପ୍ରସଙ୍ଗରେ ଅଭିଯୋଗ ପାଇବା ପରେ ନିର୍ବାଚନ ଆୟୋଗ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଏମିତି ନିର୍ଦ୍ଦେଶ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି ଯେ ନିର୍ବାଚନରେ ସମାନ ଅବସର ସୁନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଆୟୋଗ ଗ୍ରହଣ କରୁଥିବା ଆବଶ୍ୟକ ପଦକ୍ଷେପଗୁଡ଼ିକର ଏହା ଏକ ଅଂଶ। ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସଙ୍ଗରେ ଏକ ଅନୁପାଳନ ରିପୋର୍ଟ ମାଗିଛି।

ଏହାପୂର୍ବରୁ ମନ୍ତ୍ରଣାଳୟ ଆୟୋଗକୁ ସୂଚନା ଦେଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ସହିତ ମାର୍ଚ୍ଚ ୧୬ରେ ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପୂର୍ବରୁ ପଠାଯାଇଛି। ନେଟୱାର୍କ ସମ୍ବନ୍ଧୀୟ କାରଣ ହେତୁ କିଛି ବାର୍ତ୍ତା ବିଳମ୍ବରେ କିଛି ଲୋକଙ୍କ ନିକଟରେ ପହଞ୍ଚିଥାଇପାରେ।